May 20, 2025

ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ତୃପ୍ତି କଲ୍ୟାଣ ମଣ୍ଡପ ପରିସରରେ କଳା ସାହିତ୍ୟ ସଂସ୍କୃତି ର ତ୍ରିବେଣୀ ସଙ୍ଗମ ତ୍ରିଧାରା ସାହିତ୍ୟ ସଂସଦ ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି,

Share

  ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ତୃପ୍ତି କଲ୍ୟାଣ ମଣ୍ଡପ ପରିସରରେ କଳା ସାହିତ୍ୟ ସଂସ୍କୃତି ର ତ୍ରିବେଣୀ ସଙ୍ଗମ ତ୍ରିଧାରା ସାହିତ୍ୟ ସଂସଦ ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି, ସାହିତ୍ୟିକ ରାଜକିଶୋର ପାଣିଗ୍ରାହୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ଗାଳ୍ପିକ ସ୍ତମ୍ଭକାର ପରଂବ୍ରହ୍ମ ତ୍ରିପାଠୀ ମୁଖ୍ୟବକ୍ତା ଭାବରେ, ପୂର୍ବତନ ଶିଳ୍ପ ବିଭାଗ ସହକାରୀ ପରିଚାଳକ ସୁନିଲ ପଟ୍ଟନାୟକ, ସଂଗଠକ ସମାଜସେବୀ ଜୟସୂର୍ଯ୍ୟ କାନୁନଗୋ, ସାହିତ୍ୟିକ ରଙ୍କନିଧି ବଳିୟାର ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ , ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ ଗାୟକ ଦାଶରଥି ପଣ୍ଡା ଓ ଦୟାନିଧି ବେହେରା, ଦାଶରଥି ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ, ସମ୍ପାଦକ ରଜନୀକାନ୍ତ ପଣ୍ଡା ଙ୍କ ସଂପାଦକୀୟ ପାଠ ପରେ କବି ଅଖିଳେଶ ମହାପାତ୍ର ଓ ଶ୍ରୀକାନ୍ତ ନାୟକ ଙ୍କ ସଂଯୋଜନା ରେ ଅଞ୍ଚଳର ପ୍ରାୟ ସତୁରି ରୁ ଉର୍ଦ୍ଧ କବି ଲେଖକ ନିଜ ନିଜର ସ୍ଵାରୋଚିତ କବିତା ପାଠ କରିଥିଲେ, ଏହି ଅବସରରେ ଗାୟକ ସମ୍ରାଟ ବିଶ୍ଵନାଥ ପାଟ ଯୋଶୀ ସମ୍ମାନ ରେ ଅମରେନ୍ଦ୍ର ପଟ୍ଟନାୟକ , ଶିଳ୍ପୀ ଗୁରୁ କଳିଙ୍ଗ ମହାରଣା ସମ୍ମାନ ରେ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ବିଶିଷ୍ଟ ମହିଳା ସମ୍ମାନ ରେ ରଞ୍ଜିତା ପଟ୍ଟନାୟକ ବିଭୁ ହୋତା ସାହିତ୍ୟ ସମ୍ମାନ ରେ କବି ବିଶ୍ଵ ମହାପାତ୍ର ଓ ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତି ସାହୁ ବୀଣାପାଣି ସାହୁ ଓ ବଂଶୀଧର ପଣ୍ଡା ଙ୍କୁ ସମ୍ମାନିତ କରାଯାଇଥିଲା, ବିଶିଷ୍ଟ ବ୍ୟକ୍ତିତ୍ୱ ପ୍ରସନ୍ନ ବିଷୋୟୀ, ଅର୍ଜୁନ ପାଇକରାୟ,ବିଭୁ ହୋତା, ରାମଚନ୍ଦ୍ର ସାହୁ, ଜମ୍ବେଶ୍ଵର ମଙ୍ଗରାଜ, ପ୍ରସନ୍ନ ମଣ୍ଡଳ, ବସନ୍ତ ସାହୁ, ବାଳକୃଷ୍ଣ ନାୟକ, ଗୀତାଞ୍ଜଳି ମହାପାତ୍ର, ଗୀତାଞ୍ଜଳି ପଣ୍ଡା, ସନ୍ଧ୍ୟା ରାଣୀ ମହାପାତ୍ର, ପଦ୍ମାଳୟା ମହାପାତ୍ର, ସରୋଜିନୀ ପାଟ୍ଟଶାଣୀ, ମଧୁସୂଦନ ରାଉତରାୟ, ପ୍ରମୁଖ କବିତା ପାଠ କରିଥିଲେ, ଶେଷରେ ଆବାହକ କଳ୍ପତରୁ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ରିମୋଟର ମାନସ ରଞ୍ଜନ କର