April 24, 2026

ଅସ୍ତରଂଗ ବେଳା ଭୂମିରେ ଅଘଟଣ । ଜଣେ ମୃତ,ଆଉଜଣେ ନିଖୋଜ ।

iku8iy
Share

ଅସ୍ତରଂଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପିର ଜାହାନିଆ ବେଳା ଭୂମିରେ ସୋମବାର ଦିନ ଘଟିଛି ଏକ ଅଘଟଣ । ସେମାନଙ୍କ ଘର ଜଗତସଂହପୁର ଜିଲ୍ଲା ର ପଣସପଦା ର ପିତେଇପୁର ଗ୍ରାମ ଅଟେ । ତିନିଜଣ ଯୁବକ ଏକ ସ୍କୁଟି ଓଡ଼ି୦୨ବି/୭୩୪୬ରେ ପିର ପୀଠ ବେଳାଭୂମି ବୁଲିବାକୁ ଆସିଥିଲେ । ହେଲେ,ତିନିଘଟିକା ସମୟରେ ଏସ,କେ, ଆଜମ୍ ଆଲି ଓ ତାର ସାଙ୍ଗ, ଏସ,କେ ସାକିର ,ଅନ୍ୟ ଜଣେ ଯୁବକ ଜେକି, ନାସିର ସଲାମ କୁ ସମୁଦ୍ର କୂଳରେ ଠିଆ କରି, ସମୁଦ୍ର ଭିତରକୁ ପଶି ସେଲଫି ନେଉ ଥିଲେ । ସେହି ସମୟରେ ଏକ ବିରାଟ ଲହଡ଼ି ଆସି ମାଡ କରିବାରୁ ଦୁହେଁ ପାଣିରେ ପଡ଼ି ଯାଇ ଥିଲେ । ସମୁଦ୍ର ର ଅଣ୍ଡର କରେଣ୍ଟ ଥିବାରୁ ଦୁହିଁଙ୍କୁ ଭିତରକୁ ସମୁଦ୍ର ନେଇ ଯାଇ ଥିଲା । ହେଲେ, ଏସ କେ ଆଯମ ଅଲ୍ଲୀ ବୁଡି ଯିବାର ଅଧ ଘଣ୍ଟା ପରେ କୂଳକୁ ଲାଗିଥିଲା ବେଳେ, ଏସ କେ ସାକିର୍ ସମୁଦ୍ର ଗର୍ଭରେ ବିଲୀନ ହୋଇ ଯାଇ ଥିଲା । ଖବର ପାଇ ଅସ୍ତରଙ୍ଗ ଦମକଳ ବାହିନୀ ପହଞ୍ଚି ଆଯମ ଅଲ୍ଲୀ କୁ ବେଳା ଭୂମି ରୁ ନେଇ ଅସ୍ତରଙ୍ଗ ମେଡିକାଲ କୁ ସ୍ଥାନାନ୍ତର କରି ଥିଲା ବେଳେ,ଅସ୍ତରଙ୍ଗ ଥାନା ଆଇ ଆଇ ସି ପଞ୍ଚାନନ ପରିଡ଼ା ଙ୍କ ସମେତ ଦମକଳ ବାହିନୀ,ପୋଲିସ ଫୋର୍ସ ପୁନର୍ବାର ସମୁଦ୍ର କୂଳରେ ପହଞ୍ଚି ନିଖୋଜ ଥିବା ଯୁବକ ଙ୍କୁ କିପରି ଠାବ କରାଯିବ ପ୍ରଚେଷ୍ଟା ଜାରି ରଖିଛନ୍ତି । ଅପର ପକ୍ଷରେ,ପୁଲିସ ପାଖରେ ଥିବା ଯୁବକ ନାସିର, ଠାରୁ ପୋଲିସି ଠିକଣା ଆଣି, ତାଙ୍କ ଘର ଲୋକଙ୍କୁ ଜଣାଇ ଦିଆ ଯାଇଥିବା ବେଳେ, ଅସ୍ତରଙ୍ଗ ଡାକ୍ତର ଖାନା କର୍ତ୍ତୃପକ୍ଷ ଏସ କେ ଆଯମକୁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଛନ୍ତି ।