March 8, 2026

ଦେଓଗାଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ 

IMG-20251222-WA0142
Share

 

ସମ୍ବଲପୁର, ୨୨.୧୨():ଦେଓଗାଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି।

ଏହି ଅବସରରେ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ସାଗରିକା ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସିଆରସିସି ମନୋଜ କୁମାର ନାଏକ ମୁଖ୍ୟ ଅତିଥି,ଗଇନାପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗସମୋହନ ଟପ୍ପୋ,ବାନପୁର ପ୍ରାଥମିକ ବିଦ୍ୟାଳର ପ୍ରଧାନ ଶିକ୍ଷକ ଅଶ୍ୱନୀ କୁମାର ପ୍ରଧାନ,ଦେଓଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନିତା ନାଏକ,ଶିକ୍ଷକ ବିକାଶ ଓରାମ ଓଆନନ୍ଦ କୁମାର ନେଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଚିତ୍ତରଞ୍ଜନ ପୁଝାରୀ ସଭା ପରିଚାଳନା କରିଥିଲେ।ମହାଦେବ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ମୈଥିଲି ପ୍ରଧାନ, ହିମାଂଶୁ କୁମାର ପାଣିଗ୍ରାହୀ, ବେଣୁଧର ପ୍ରଧାନ, ସନ୍ତୋଷ କୁମାର ଖେତୀ ଓ କୃଷ୍ଣ ଚନ୍ଦ୍ର ସେଠ ଏଥିରେ ସହଯୋଗ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ କୃତିତ୍ୱ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।ଶେଷରେ ଅନିଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।