March 12, 2026

ଏକତାର ବାର୍ତ୍ତା ଦେଲେ ପଧାନପାଲି ଗ୍ରାମବାସୀ  ହଟାଇବେ ଅପସଂସ୍କୃତି, ଆଣିବେ ଜାଗରଣ 

IMG-20251222-WA0080
Share

ଦିନକୁ ଦିନ ଗ୍ରାମ୍ୟ ଜୀବନ ଦୁର୍ବିସହ ହେବା ସହ ଜନ ଜୀବନରେ ବହୁ ଅଘଠନ ଦେଖିବାକୁ ମିଳୁଥିବା ବେଳେ ଗାଁର ସଂହତି ଓ ଏକତା ପାଇଁ ଗ୍ରାମବାସୀ ଗୋଟିଏ ମଞ୍ଚରେ ବସି ଗାଁ ପରି ଗାଁ ଟିଏ ଗଢିବାକୁ ସଂକଳ୍ପ ନେଇଛନ୍ତି।

 

ଏଭଳି ନିଷ୍ପତ୍ତିରେ ଅଣ୍ଟାଭିଡ଼ିଲେ ପଧାନପାଲି ଗ୍ରାମବାସୀ। ଏକତା ସୂତ୍ରରେ ବାନ୍ଧି ହେବେ ସମସ୍ତେ। ଗାଁ ରୁ ହଟାଇବେ ଅପ ସଂସ୍କୃତି। ଅନ୍ୟାୟ, ଅତ୍ୟାଚାର ଠାରୁ ଦୁରେଇ ରହି ଗଢିବେ ନିଶାମୁକ୍ତ ଗାଁ। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଦାୟିତ୍ୱକୁ ଅଗ୍ରାଧିକାର ଦେଇ ସମଗ୍ର ଜିଲ୍ଲାରେ ପଧାନପାଲି କୁ ଏକ ଆଦର୍ଶ ଓ ଅଗ୍ରଣୀ ଗାଁରେ ପରିଣତ କରିବାକୁ ସଂକଳ୍ପ ନେଇ ଏକ ଅନନ୍ୟ ଉଦାହରଣ ଦେଇଛନ୍ତି।

 

ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ଅଧିନସ୍ତ ପଧାନପାଲି ଗ୍ରାମବାସୀ ରବିବାର ସ୍ଥାନୀୟ ମା ସମଲେଶ୍ୱରୀ ପୀଠରେ ଏକାଠି ହୋଇ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଆୟୋଜିତ ସଭାରେ ଗ୍ରାମର ବରିଷ୍ଠ ନାଗରୀକଙ୍କ ଠାରୁ ଆରମ୍ଭ କରି ଯୁବ ସମାଜ ଏକାଠି ହୋଇ ସାମାଜିକ ବନ୍ଧନର ନିଦର୍ଶନ ଗାଁ ଗଢି ଏକତା ସୂତ୍ରରେ ସାମାଜିକ ଦାୟିତ୍ୱକୁ ନିର୍ବାହ କରିବା ସହିତ ଗାଁ ଭିତରେ କୌଣସି ଅପ ସଂସ୍କୃତି, ଅପପ୍ରଚାର, ଅସାମାଜିକ କାର୍ଯ୍ୟକଳାପ କୁ ବରଦାସ୍ତ କରାଯିବ ନାହିଁ ଓ ସମସ୍ତେ ସଂହତି ପୂର୍ଣ୍ଣ ଗୋଟିଏ ପରିବାରର ସଦସ୍ୟ ଭଳି ଯେଭଳି ସୁଖ,ସ୍ୱାଚ୍ଛନ୍ଦ୍ୟରେ ଜୀବନ ନିର୍ବାହ କରିବେ ସେ ଦିଗରେ ଗୁରୁତ୍ୱ ଦେଇଥିଲେ। ଏପରିକି ଗାଁର ପ୍ରତିଟି ସାମାଜିକ ଦାୟିତ୍ୱକୁ ଏକାକାର କରି ପର ଦୁଃଖରେ ଦୁଃଖୀ ହୋଇ ସବୁ ମୁହଁରେ ହସ ଫୁଟାଇବେ ସେ ଦିଗରେ ଏକମତ ହୋଇଥିଲେ। ଗାଁ ର ସଂସ୍କୃତି, ପରମ୍ପରା, ଜୀବନ, ଜୀବିକାକୁ ଅକ୍ଷୁର୍ଣ୍ଣ ରଖି ଗାଁର ବାସ୍ନାରେ ସାରା ଦୁନିଆକୁ ମହକ ଦେବାକୁ ଗ୍ରାମବାସୀ ଏକାଠି ହେବା ଗ୍ରାମ୍ୟ ଚାଲିଚଲଣ ଓ ବିକାଶର ଏହା ଏକ ନୁଆଁ ବାର୍ତ୍ତା ଓ ଗ୍ରାମ୍ୟ ପରମ୍ପରାର ନିଦର୍ଶନ କୁହାଯିବ। ଜାତି, ବର୍ଣ୍ଣ ନିର୍ବିଶେଷରେ ରାଜନୀତି ଠାରୁ ଉର୍ଦ୍ଧ୍ୱରେ ରହି ଗ୍ରାମବାସୀ ଏକତା ଓ ସଂହତି ର ସୁରକ୍ଷା ପାଇଁ ଶେଷରେ ସଂକଳ୍ପ ନେଇଥିବା ବିକାଶର ନୁଆଁ ଧାରା ଦେଖାଇ ଗ୍ରାମ୍ୟ ଜୀବନର ପ୍ରତିଛବି ତୋଳିବାକୁ ଏଭଳି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

 

ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ