ଶ୍ରମିକ ମାରଣ ନୀତି ବିରୁଦ୍ଧରେ ମିଳିତ ସଂଗ୍ରାମ ପାଇଁ ଏଆଇଟିୟୁସି ର ଆହ୍ୱାନ ..
ପୁରୀ – ଜାତୀୟ ଶ୍ରମିକ ସଂଗଠନ ଏଆଇଟିୟୁସି ସହ ବନ୍ଧିତ ଅଖିଳ ଭାରତ ଗୃହ ଓ ନିର୍ମାଣ ଶ୍ରମିକ ଫେଡେରେସନ ର ଜାତୀୟ ପରିଷଦ ବୈଠକ ତିନିଦିନ ଧରି ପୁରୀ ୟୁଥ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇଅଛି l କୋଡିଏ ତାରିଖରେ ଲାଲପତାକା ଉତ୍ତଳୋନ ପରେ ଏକ ବିରାଟ ଶୋଭାଯାତ୍ରା ପୁରୀ ରେଳ ଷ୍ଟେସନ ଠାରୁ ବାହାରି ସଂସ୍କୃତି ଭବନରେ ପହଞ୍ଚି ଥିଲା l ସଂସ୍କୃତି ଭବନ ଠାରେ ” ଶ୍ରମିକ ଶ୍ରେଣୀର ସମସ୍ୟା ଓ ଆମର ଦାୟିତ୍ୱ ” ସମ୍ପର୍କ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନା ଚକ୍ରକୁ ଉଦଘାଟନ କରି ଏ ଆଇ ଟି ୟୁ ସି ଓ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସମ୍ପାଦକ ରାମକୃଷ୍ଣ ଗଣ୍ଡା, ଓଡିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତ, ରାଜ୍ୟର ଅନ୍ୟତମ ସମ୍ପାଦକ ଏନ ଗୋପାଳ, ହରିହର ସେନାପତି, ଗାଲେଖ ନାୟକ, ସୁରେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ମଞ୍ଚାସିନ ହୋଇ ଶ୍ରମିକ ଶ୍ରେଣୀକୁ ସଂଗଠିତ ଓ ସଙ୍ଗବଦ୍ଧ ଭାବରେ ଆନ୍ଦୋଳନ ଚଳାଇବାକୁ ଆହ୍ୱାନ ଦେଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l