December 22, 2024

କୋଟପାଡ଼ ଭକ୍ତି ସ୍ୱରୂପl ବିଦ୍ୟାନିକେତନ ଠାରେ ବିଜ୍ଞାନମେଳା ଅନୁଷ୍ଠିତ …

Share

 

 

କୋରାପୁଟ ଜିଲ୍ଲା କୋଟପାଡ଼ ଭକ୍ତି ସ୍ୱରୂପା ବିଦ୍ୟା ନିକେତନ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅତି ଯାକଜମକରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଏଲ କେ ଜି ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୨୪ ଟି ଶିକ୍ଷଣୀୟ ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା l ଏହି ବିଜ୍ଞାନ ମେଳା କୁ ଅlନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ମୁଖ୍ୟ ବିଚାରକ ରୂପେ ଶ୍ରୀ ସନ୍ତୋଷ କୁମାର ଶତପଥି ଶିକ୍ଷାବିତ୍,ବରିଷ୍ଠ ଗଣିତ ଶିକ୍ଷକ ଚାନ୍ଦିଲି ଉଚ୍ଚ ବିଦ୍ୟାଳୟ ତଥା ଜାତୀୟ ସ୍ତରରେ ଭାରତୀୟ ବିଜ୍ଞାନ କଂଗ୍ରେସ ର ବିଜ୍ଞାନ ମେଳାରେ ପୁରସ୍କୃତ ଏବଂ ଶ୍ରୀମାନ ଆମଜୁରୀ ବିଶ୍ୱନାଥ, ଶିକ୍ଷlବିତ୍ ତଥା ଭାରତୀୟ ବିଜ୍ଞାନ କଂଗ୍ରେସ ର ସଦସ୍ୟ ରୂପେ ଯୋଗ ଦେଇ ସମସ୍ତ ଶିଶୁ ବୈଜ୍ଞାନିକ ମାନଙ୍କୁ ଉତ୍ସାହୀତ କରିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା କୁ ଉନ୍ମୋଚନ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୁଇ ଶିକ୍ଷlବିତଙ୍କୁ ବିଦ୍ୟାଳୟର ନିର୍ଦ୍ଦେଶକ ଓ ଅଧ୍ୟକ୍ଷା ମହୋଦୟା ଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ନିର୍ଦେଶକ ଯୋଗେଶ୍ୱର ପଣ୍ଡିତ ଦାସ,ପ୍ରିନସିପାଲ ଧନିଷ୍ଠl ଦେବୀ ଦାସୀ, ରୁପସୀ ଶାସମଲ, ରମେଶ୍ୱେରି ଛେଳିଆ, ହୃଷିକେଶ ପାଣିଗ୍ରାହୀ, ରଞ୍ଜନ ବାଡ଼ତ୍ୟା,ପ୍ରୀତି ନାୟକ,ଚାନ୍ଦନୀ ଗନ୍ତାୟତ ପୁଷ୍ପାଞ୍ଜଳି ବିଶୋଇ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ l ବିଦ୍ୟାଳୟର ଏଭଳି କାର୍ଯ୍ୟକ୍ରମ କୁ ଦୁଇ ବିଚାରକ ଓ ସମସ୍ତ ଅବିଭାବକ ମଣ୍ଡଳୀ ଉଚ୍ଚ ପ୍ରଶଂସା କରିବ ସହ ଭବିଷ୍ୟତରେ ଏଭଳି ଅନେକ ଶିକ୍ଷଣୀୟ କାର୍ଯ୍ୟକ୍ରମ କରି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ତମ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l

(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)