ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ସଦସ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭାଶିକ୍ଷା, ସାହିତ୍ୟ, ନାଟକ ଓ ସଙ୍ଗୀତ କ୍ଷେତ୍ରରେ ଅବଦାନକୁ ସ୍ମରଣ….
ସମ୍ବଲପୁର /ବୁର୍ଲା, ୨୨. ୧୧: ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ସଦସ୍ୟ, ପୁରାତନ ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ବର୍ତ୍ତମାନର ପରାମର୍ଶଦାତା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସ୍ୱର୍ଗତ ନିରଞ୍ଜନ ପଟ୍ଟନାୟକଙ୍କ ବିୟୋଗରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟ ପରିସରରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି।ଏହି ଅବସରରେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ବିଶିଷ୍ଟ ଶିକ୍ଷାବିତ୍, ନାଟ୍ୟକାର, କବି ତଥା ସଙ୍ଗୀତପ୍ରେମୀ ଭାବେ ସେ ଶିକ୍ଷା, ସାହିତ୍ୟ, ସଂସ୍କୃତି ଓ କଳା ଜଗତରେ ରଖିଯାଇଥିବା ଅବଦାନ ଏବଂ ସ୍ମରଣୀୟ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ପୁରାତନ ଛାତ୍ରମାନେ ସ୍ମୃତିଚାରଣ କରିଥିଲେ। ତାଙ୍କ ବିୟୋଗ ଶିକ୍ଷାନୁଷ୍ଠାନ ଓ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା। ଏଥିସହ ତାଙ୍କ ସ୍ମୃତିରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ପୁରାତନ ଛାତ୍ର ସଂସଦର ସଭାପତି ରାଜକିଶୋର ଜାଯୋଡ଼ିଆଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋକସଭାରେ ପୁରାତନ ଛାତ୍ର ବିଜୟ କୁମାର ତ୍ରିପାଠୀ, ସୁରେନ୍ଦ୍ର ସିଂ କାବଲୀ, ଦେବେନ୍ଦ୍ର କପାନୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ କରନ ଶର୍ମା, ଲକ୍ଷ୍ମୀଧର ମହାନ୍ତି, ଦେବାଶିଷ ନନ୍ଦ, ବିଷ୍ଣୁ ପ୍ରସାଦ ରକ୍ଷିତ, ସୁରେଶ ପଣ୍ଡା, ଶରତ ଚନ୍ଦ୍ର ବାରିକ ଓ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ଆଚାର୍ଯ୍ୟ, କାଳୁଚରଣ ସ୍ୱାଇଁ, ରବୀନ୍ଦ୍ର ନାୟକ, ଗୋପୀନାଥ ବଡ଼ପଣ୍ଡା, ପ୍ରଦ୍ୟୁମ୍ନ କୁମାର ମିଶ୍ର, ଦେବେନ୍ଦ୍ର ମାହାଳିକ, ରଶ୍ମି ଶତପଥୀ, ଅନୁପ ପଣ୍ଡା, ନୟନ ନାୟକ, ହରିଶଙ୍କର ପଣ୍ଡା, ଯଦୁନନ୍ଦନ ବଡ଼ପଣ୍ଡା, ଗୋବର୍ଦ୍ଧନ ଗଉଡ଼, ଜୟନ୍ତ କୁମାର ସାହୁ, ଅରୁଣ କୁମାର ମହାକୁର, ଦୀପ୍ତିକାନ୍ତ ଠାକୁର, ମୁକୁଲ କୁମାର ଦାଶ, ରାମେଶ୍ୱର ସିଂ ଓ ଜୟନ୍ତ କୁମାର ଦାସଙ୍କ ସମେତ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ।ଶେଷରେ ପୁରାତନ ଛାତ୍ର ସଂସଦର ସାଧାରଣ ସମ୍ପାଦକ ଦେବାଶିଷ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
