November 22, 2024

କୃତିତ୍ୱ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣି ଉତ୍ସବ ପାଳିତ

Share

 

 

ଗଞ୍ଜାମ ସହର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷାନୁଷ୍ଠାନ ପକ୍ଷ ରୁ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଇତ୍ୟବସରରେ ପୂର୍ବରୁ ଅନୁଷ୍ଠିତ ହୋଇ ଥିବା ଚଳିତ ଶିକ୍ଷାବର୍ଷ ର ଜ୍ଞାନ – ବିଜ୍ଞାନ ଓ ସଂସ୍କୃତି ମେଳା ଏବଂ ବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରି ଥିବା ସମସ୍ତ ଶିଶୁ ମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିବା ସହ ସେମାନଙ୍କ ଗୌରବମୟ ଜୀବନ କାମନା କରାଯାଇଥିଲା। ଅନୁଷ୍ଠାନ ର ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅତିଥି ଭାବେ ଅବସରପ୍ରାପ୍ତ ଦକ୍ଷିଣ ଏସିଆ ସଂଯୁକ୍ତ ରାଷ୍ଟ୍ର ଆଇ ଏମ ଓ ନିର୍ଦ୍ଧେଶକ ଶରତ ଚନ୍ଦ୍ର ଦାଶ , ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରଭାତ କୁମାର ବ୍ରହ୍ମା ,ବିଶିଷ୍ଟ ସାମାଜିକ କର୍ମି ତ୍ରିନାଥ ପାଣିଗ୍ରାହୀ , ଅବସରପ୍ରାପ୍ତ ଆର୍ଥିକ ସମୀକ୍ଷକ ହରିହର ପାତ୍ର ପ୍ରମୁଖ ଯୋଗଦାନ କରି କୃତୀ ପ୍ରତିଭାଗୀ ଶିଶୁ ମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ। ପରିଚାଳନା ସମିତି ର ସମସ୍ତ ସଦସ୍ୟ ତଥା ଉପ ସଭାପତି ତ୍ରିନାଥ ପଣ୍ଡା ,ସମ୍ପାଦକ ଗିରିଶ କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ବିଶ୍ଵନାଥ ସାମନ୍ତରା, ସଦସ୍ୟା ବନିତା ବେହେରା ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଅତିଥି ପରିଚୟ କରିଥିଲେ। ଆଚାର୍ଯ୍ୟା ମହିୟସୀ ରାଜ ଜ୍ଞାନ ବିଜ୍ଞାନ ମେଳା ର ଏବଂ ଅଚାର୍ଯ୍ୟା ସୈରେନ୍ଦ୍ରି ପଲେଇ କ୍ରୀଡା ପ୍ରତିଯୋଗିତା ର ବିବରଣୀ ପ୍ରଦାନ କରି ଥିଲେ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ। କ୍ରୀଡା ପ୍ରତିଯୋଗିତା ରେ କିଶୋର ବର୍ଗ ର ରୁଦ୍ର ନାରାୟଣ ଆଚାର୍ଯ୍ୟ ଓ ତ୍ରିତିସ୍କା ଦାଶ,ବାଲ୍ ବର୍ଗ ର ରାକେଶ ବେହେରା ଓ ଆଇସା ବେହେରା ଓ ଶିଶୁ ବର୍ଗର ସୂର୍ଯ୍ୟ ନାରାୟଣ ବିଶ୍ଵାଳ ଓ ସୌମ୍ୟସ୍ମିତା ବାରିକ କ୍ରୀଡା – ଚମ୍ପିୟାନ ଭାବେ ସମ୍ବର୍ଦ୍ଧିତ ହୋଇ ଥିଲେ। ଶିଶୁ ମନ୍ଦିର ଗଞ୍ଜାମ ର ସମସ୍ତ ସେବାବ୍ରତୀ ଆତ୍ମୀୟତା ପୂର୍ଣ୍ଣ ସହଯୋଗ କରିଥିଲେ।

(ପ୍ରଦୀପ କୁମାର ପଣ୍ଡା)