November 22, 2024

କାଶୀନଗର ଏନ.ଏ.ସିକୁ ଗଜପତି ଜିଲ୍ଲାପାଳଙ୍କ ଆକସ୍ମିକ ତଦନ୍ତ.

Share

 

 

କାଶୀନଗର (ଅନନ୍ତ ଆପଟ )

ତା 23/11/24

ଗଜପତି ଜିଲାପାଳ ବିଜୟ କୁମାର ଦାସ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅସ୍ଥାୟୀ କାର୍ଯ୍ୟାଳୟକୁ ଅଚାନକ ତଦନ୍ତ କରିବାକୁ ପହଂଚି ଥିଲେ. ନୂତନ ଭାବେ କାର୍ଯ୍ୟନିର୍ବାହୀ କାର୍ଯ୍ୟଭାର ଗ୍ରହଣ କରିଥିବା ଅତିରିକ୍ତ ତହସିଲଦାର ତ୍ରିନାଥ ସାହୁଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନ କାମ ବିଷୟରେ ବୁଝିଥିଲେ. ଜିଲ୍ଲାପାଳ କାଶୀନଗର ଆସିବା ସମୟରେ ରାସ୍ତା ଘାଟ ସଫା , ଡ୍ରେନ, ପରିମଳ ବ୍ୟବସ୍ତା ବହୁତ ଖରାପ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ. ଆସିବା ବେଳେ ଯେପରି ଦୁର୍ଗନ୍ଧ ମାରୁଥିଲା ସେ ଅନୁଭବ କରୁଥିଲେ ଯେ ଗାଁ ନିର୍ମଳ ଧୋବା ତୁଠରୁ ଜଣା ପଡୁଛି . ନୂଆ କାଶୀନଗର ନୀଳମଣି ଠାକୁରାଣୀ ମନ୍ଦିରକୁ ଯାଉଥିବା ବେଳେ ପଡୁଥିବା ରେଳ ଟ୍ରାକ ନିକଟରେ ବିସ୍ତିର୍ଣ୍ଣ ହୋଇ ପଡ଼ିଥିବା ଅଳିଆ ଆବର୍ଜନା ଦେଖି ଜିଲାପାଳ କ୍ଷୁବ୍ଧ ହୋଇଥିଲେ . ଏହା ପରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅସ୍ଥାୟୀ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପୋଖରୀ ପାଇଁ ଦୀର୍ଘ ଦିନ ହେଲା ପୋଖରୀ ଖନନ, ପୁନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ, ପୋଖରୀ ମଧ୍ୟରେ ବୋଟିଙ୍ଗ ବ୍ୟବସ୍ତା, ପୋଖରୀ ପାର୍ଶ୍ୱ ବୃକ୍ଷ ରୋପଣ ଏମିତି ବହୁ ଆଳରେ ଟଙ୍କା ଖର୍ଚ୍ଚ ହେଉ ଥିଲେ ସୁଦ୍ଧା ପୋଖରୀ ଯେମିତି ପୂର୍ବରୁ ଥିଲା ସେମିତି ରହିଥିଲା ପୋଖରୀ ଚତୁଃପାର୍ଶ୍ଵର ଅବସ୍ଥିତି ତଥା ପଡ଼ିଥିବା ଅଳିଆ, ଆବର୍ଜନା,ଅପରିଷ୍କାର ଏବଂ ପରିତ୍ୟକ୍ତ ଅବସ୍ଥା ଦେଖି କ୍ଷୋଭ ପ୍ରକାଶ କରିବା ସହ ତାଗିଦ କରିଥିଲେ. ବିଭିନ୍ନ ୱାର୍ଡ ମାନଙ୍କରେ ନିର୍ମିତ ହୋଇଥିବା କମ୍ୟୁନିଟି ହାଲ ଉପଯୁକ୍ତ କାର୍ଯ୍ୟରେ ଆସୁ ନ ଥିବା ତାଙ୍କ ଦୃଷ୍ଟି ଗୋଚରକୁ ଆସିଥିଲା. ସେହିପରି କାଶୀନଗର ଫୋରେଷ୍ଟ ଛକ ଠାରେ ଥିବା କୃଷ୍ଣ ଚନ୍ଦ୍ର ଗଜପତି ମାର୍କେଟ କମ୍ପ୍ଲେକ୍ସ ଉପଯୁକ୍ତ ବିସ୍ଥାପିତଙ୍କୁ ବିତରଣ ହୋଇ ନ ଥିବାରୁ ବିସ୍ଥାପିତ ମାନେ ଜିଲ୍ଲାପାଳଙ୍କୁ ଉପଯୁକ୍ତ ତଦନ୍ତ କରି ଯେଉଁ ମାନେ ଅସଲ ବିସ୍ଥାପିତ ଚି଼ହ୍ନଟ କରି ଦେବାକୁ ଅନୁରୋଧ କରିଛନ୍ତି.