ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ…….
ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ନୋଡାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି | ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ ଯୋଗ ଦେଇଥିଲେ |ସମ୍ମାନିତ ଅତିଥିଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ବଳଭଦ୍ର ବିଶୋଇ ମଞ୍ଚାସିନ ରହିଥିଲେ |ମୁଖ୍ୟ ବକ୍ତା ଭାବେ ବିଧାୟକ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନୀ, ବିଦ୍ୟାଳୟର ଶିକ୍ଷୟିତ୍ରୀ ରୋହିଣୀ ହଜାରୀ ପ୍ରମୁଖ ମଞ୍ଚାସିନ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ |ଏହି ବିଜ୍ଞାନ ମେଳାରେ ବିଭିନ୍ନ ୭୭ଟି ବିଦ୍ୟାଳୟରୁ ୭ଟି ବିଭାଗର ୯୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା |ଏହି ପ୍ରକଳ୍ପ ଗୁଡିକୁ ବିଭିନ୍ନ ବିଦ୍ୟାଳୟର ୧୩୭ଜଣ ଛାତ୍ରଛାତ୍ରୀ ଆଣିଥିଲେ ଓ ସେମାନଙ୍କୁ ୮୬ଜଣ ବିଜ୍ଞାନ ଶିକ୍ଷକ ସହଯୋଗ କରିଥିଲେ | କୃତି ପ୍ରକଳ୍ପ ଚୟନରେ ବିଚାରକ ଭାବେ କଲେଗାଁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଶ୍ୱନାଥ ସାହୁ ଓ ଡଙ୍ଗରୀଗୁଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦେବାନନ୍ଦ ସାହୁ ନିୟୋଜିତ ରହିଥିଲେ |୯୯ଗୋଟି ପ୍ରକଳ୍ପ ମଧ୍ୟରୁ ୭ଗୋଟି ପ୍ରକଳ୍ପକୁ ଚୟନ କରାଯାଇଛି | ଚୟନ ପ୍ରକଳ୍ପ ମଧ୍ୟରେ ସରକାରୀ ନୋଡାଲ ପଞ୍ଚାୟତ ହାଇସ୍କୁଲ ଝରିଗାଁ ନବମ ଶ୍ରେଣୀ ଛାତ୍ରୀ ରାଜନନ୍ଦିନି ଦଳେଇଙ୍କ ସ୍ମାର୍ଟ ବ୍ରିଜ ଯାହାକି ବାତ୍ୟା ବନ୍ୟା ପାଇଁ ଉପଯୋଗୀ,ସେହିପରି ସରକାରୀ ୟୁ.ଜି. ହାଇ ସ୍କୁଲ ଛୋଟା ଗୁଡ଼ା ନବମ ଶ୍ରେଣୀ ଛାତ୍ରୀ ତୁଳସୀ ହରିଜନଙ୍କ ଲଙ୍ଗ ହାଇଟ୍ ମେନଜ୍ ମେଣ୍ଟ ଡିଭାଇସ୍, ପଞ୍ଚାୟତ ହାଇସ୍କୁଲ ଏକାମ୍ବା ଦଶମ ଶ୍ରେଣୀ ଛାତ୍ର ଲଳିତ ଗଣ୍ଡ ବେଡ୍ ୱିଥ ଟଏଲେଟ୍ ଫୁଡ୍ ହେଲେଥ ହାଇଜେନିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝରିଗାଁ ଅଷ୍ଟମ ଶ୍ରେଣୀ ଛାତ୍ର ଯତୀନ ଜୈନ୍ ଫୁଡ୍ ୱଷ୍ଟେଜ୍ ମେନେଜ୍ମେଣ୍ଟ ୟୂ.ପି.ଏସ୍. ମାଝୀ ଗୁଡ଼ା ଅଷ୍ଟମ ଶ୍ରେଣୀ ଛାତ୍ରୀ ଅମ୍ବିକା ଭତରା ଙ୍କ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ, ସରକାରୀ ୟୂ.ଜି ହାଇ ସ୍କୁଲ ଫୁପୁ ଗାଁ କ୍ୱିକ ରେସ୍କ୍ଵ ଟ୍ରାନ୍ସପୋର୍ଟ ଟେଶନ, ସେହିପରି ସରକରୀ ୟୂ.ଜି ହାଇ ସ୍କୁଲ କଲେଗାଁ ଦଶମ ଶ୍ରେଣୀ ଛାତ୍ର ସଞ୍ଜୟ ଗଣ୍ଡଙ୍କ ନେଚୁରାଲ ଫାର୍ମିଂ ପ୍ରକଳ୍ପ ଚୟନ ହୋଇଛି।କାର୍ଯ୍ୟକ୍ରମର ଶେଷରେ ସିଆରସିସି ପ୍ରେମଦାସ ପନକା ଧନ୍ୟବାଦ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଝରିଗାଁ ବ୍ଲକର ସମସ୍ତ ସିଆରସିସି ସହଯୋଗ କରିଥିଲେ |