July 6, 2024

ଉଦ୍ଭିଦ ବିଜ୍ଞାନ ବିଭାଗୀୟ ଅଭିଭାବକ-ଶିକ୍ଷକ ସଂଘର ବୈଠକ

Share

ଉଦ୍ଭିଦ ବିଜ୍ଞାନ ବିଭାଗୀୟ ଅଭିଭାବକ-ଶିକ୍ଷକ ସଂଘର ବୈଠକ
ବୁଗୁଡ଼ା : ତା ୨୨/୧୧/୨୩ : ସ୍ଥାନୀୟ ପିପୁଲ୍ସ
କଲେଜର ଉଭିଦ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ଅଭିଭାବକ-ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଜୟରାମ ବିଷୋୟୀ, ଅଧ୍ୟାପିକା ଅନୀତା ଦେବୀ, ଅଧ୍ୟାପକ ଦିଲ୍ଲୀପ ସାହୁ ଏବଂ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକ କାଳରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ବୌଦ୍ଧିକ ବିକାଶରେ ଅଭିଭାବକ ଏବଂ ଶିକ୍ଷକଙ୍କ ଆବଶ୍ୟକୀୟ ଭୂମିକା ସମ୍ପର୍କେ ବ୍ୟାପକ ଆଲୋଚନା କରାଯାଇଥିଲା । ଏଥି ସହ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଅହେତୁକ ଅନୁପସ୍ଥିତି ପ୍ରତି କଡା ଆଭିମୁଖ୍ୟ ଗ୍ରହଣ ନିମନ୍ତେ ସର୍ବସମ୍ମତି ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ଆଶାନୁରୂପକ ଅଭିଭାବକଙ୍କ ଉପସ୍ଥିତି ସାଙ୍ଗକୁ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ ଦେଖିବାକୁ
ମିଳିଥିଲା ।

You may have missed