October 5, 2024

ସକାଳର ଖବର, ୨୨-ନଭେମ୍ବର-୨୦୨୩, ବୁଧବାର*

Share

*╭──────────────────╮*
*🌄ସକାଳର ଖବର, ୨୨-ନଭେମ୍ବର-୨୦୨୩, ବୁଧବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-କଟକ ଜିଲା ମହାନଦୀରେ ବୈଦେଶ୍ୱର ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମିଳିଲା ଅନୁମୋଦନ, ୩୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ଆରମ୍ଭ କଲେ ବିଜେଡିସୁପ୍ରିମୋ ନବୀନ ପଟ୍ଟନାୟକ l ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଏବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

➡️୩-ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ନିଜ ଜନ୍ମମାଟି ପାହାଡ଼ପୁରଠାରେ ଏଲ୍‌ଆଣ୍ଡ୍‌ଟି ଦକ୍ଷତା ତାଲିମ ହବ୍‌କୁ ଶୁଭ ଉଦ୍ଘାଟନ କଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ l

➡️୪-ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼ -ଟାଟାନଗର ମେମୁ; ବାଦାମପାହାଡ଼- ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼– ସାଲିମାର ସାପ୍ତାହିକ ଏକ୍ସପ୍ରେସ ।

➡️୫-ଅଯୋଧ୍ୟା ରାମ ମନ୍ଦିରରେ ୨୦ ପୂଜାରୀ ପଦବୀ ପାଇଁ ୩୦୦୦ ଲୋକ କରିଛନ୍ତି ଆବେଦନ l ଏହି ୩୦୦୦ ଆବେଦନକରୀଙ୍କ ମଧ୍ୟରୁ ୨୦୦ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଛି ।

➡️୬-ନୌସେନାର ସ୍ୱଦେଶୀ କ୍ଷେପଣାସ୍ତ୍ର ‘ନାଭାଲ୍ ଆଣ୍ଟି ସିପ୍‌’ର ହେଲା ସଫଳ ପରୀକ୍ଷଣ l ଉଡ଼ନ୍ତା 42B ହେଲିକପ୍ଟରରୁ ଛଡ଼ାଗଲା ଏହି କ୍ଷେପଣାସ୍ତ୍ର, ଏହା ହେଉଛି ନୌସେନାର ପ୍ରଥମ ସ୍ୱଦେଶୀ କ୍ଷେପଣାସ୍ତ୍ର।

➡️୭-ଜିଓ ପକ୍ଷରୁ ଓଡ଼ିଶାରେ ଜିଓଏୟାରଫାଇବ‍ର୍ ସେବା ହେଲା ଆରମ୍ଭ l ରାଜ୍ୟର ପ୍ରଥମ ଜିଓଏୟାରଫାଇବ‍ର୍ ସଂଯୋଗ ଜିଓର ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରଦୀପ ରାଉତଙ୍କ ଠାରୁ ଭୁବନେଶ୍ୱର ସ୍ଥିତ (CSIR-IMMT) ପରିସରରେ ଜଣେ ବୈଜ୍ଞାନିକ ଗ୍ରହଣ କରିଛନ୍ତି ।

➡️୮-ରାଜସ୍ଥାନ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର । ୧୦ଲକ୍ଷ ଯୁବକଙ୍କୁ ଚାକିରି, ବ୍ୟବସାୟୀଙ୍କୁ ବିନା ସୁଧରେ ମିଳିବ ୫ଲକ୍ଷ ଟଙ୍କା ଋଣ l

➡️୯-ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନି ପତଞ୍ଜଳି ଆୟୁର୍ବେଦକୁ ଲାଗିଲା ସୁପ୍ରିମକୋର୍ଟରୁ ଝଟକା l ଡାକ୍ତରୀ ଔଷଧ ସଂପର୍କରେ ଲୋକଙ୍କୁ ଭ୍ରମିତ କରୁଥିବା ଭଳି ବିଜ୍ଞାପନ ପ୍ରକାଶ କରିବା ମାମଲାରେ କୋର୍ଟ ଦେଲା କଡ଼ା ଚେତାବନୀ l

➡️୧୦-ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଗଲା ଲୁହା ପାଇପ୍ l

➡️୧୧-୪୬ ଦିନରେ ପହଁଚିଲା ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାରୁ ଇଜିପ୍ଟକୁ ପଠାଗଲା ୨୮ଜଣ ଅସୁସ୍ଥ ନବଜାତ ଶିଶୁ, ହମାସ ଓ ହେଜବୁଲ୍ଲା ଉପରେ ଡବଲ ଆଟାକ କରୁଛି ଇସ୍ରାଏଲ ସେନା l

➡️୧୨-କଂଗ୍ରେସକୁ ଘାରିଲା ଇଡିର ଭୟ; ନ୍ୟାସନାଲ ହେରାଲ୍ଡ ମାମଲାରେ ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ହେଲା ଜବତ l ଦିଲ୍ଲୀରେ ଥିବା ନ୍ୟାଶନାଲ ହେରାଲ୍ଡ ଘର, ଲକ୍ଷ୍ନୌରେ ଥିବା ନେହରୁ ଭବନ ଓ ମୁମ୍ବାଇର ଥିବା ନ୍ୟାସନାଲ ହେରାଲ୍ଡ ଘର ଜବତ ହୋଇଥିବା ତାଲିକାରେ ରହିଛି।

➡️୧୩-ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା, ପଶ୍ଚିମବଙ୍ଗରେ ୨୦ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ l ଆସନ୍ତା ତିନି ବର୍ଷ ମଧ୍ୟରେ ଏହି ବିନିଯୋଗ କରାଯିବ।

➡️୧୪- ବଦଳିଲା ସିବିଏସଇ ସିଲାବସ, ଏଣିକି ଆଉ ଇସଲାମିକ୍ ସାମ୍ରାଜ୍ୟ ଉତ୍ଥାନ, ମୋଗଲ ଦରବାର ଓ ଶୀତଳ ଯୁଦ୍ଧ ପଢିବେନି ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ l

➡️୧୫-ବିଶ୍ୱର ସବୁଠାରୁ ବଡ ମିସଇଲ ସତାନ ୨ ପରୀକ୍ଷଣ କରିବ ରୁଷ l ଏହି ମିସାଇଲ ଆମେରିକା ପର୍ଯ୍ୟନ୍ତ ଯାଇପାରିବ । ୧୪ ମହଲା ଉଚ୍ଚତା ବିଶିଷ୍ଟ ୨୦୮ ଟନର ଏହି ମିସାଇଲ ଆରଏସ ୨୮ ଭାବେ ମଧ୍ୟ ପରିଚିତ ।

➡️୧୬-ମିଆଁମାରରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ହେଲା ଜାରି, ହିଂସା ପ୍ରଭାବିତ ଅଞ୍ଚଳକୁ ନଯିବାକୁ ଦିଆଗଲା ପରାମର୍ଶ l

➡️୧୭-ଜାନୁଆରୀ ୨୦୨୪ରେ ଭାରତ ଗସ୍ତରେ ଆସି ଆଫଗାନିସ୍ଥାନ ଟିମ୍ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ପ୍ରଥମ ଥର ପାଇଁ ଆଫଗାନିସ୍ଥାନ ଟିମ୍ ଭାରତ ବିପକ୍ଷରେ ସୀମିତ ଓଭର ଦ୍ୱିପାକ୍ଷିକ ସିରିଜ ଖେଳିବ l

➡️୧୮-ଆଉ ୪ ବର୍ଷକୁ ଅପେକ୍ଷା, ପରବର୍ତ୍ତୀ ବିଶ୍ଵକପ୍ ୨୦୨୭ରେ ଖେଳାଯିବ। ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ଵେ ଓ ନାମିବ୍ୟାର ମିଳିତ ଆନୁକୂଲ୍ୟରେ ଖେଳାଯିବ।

➡️୧୯-ଶ୍ରୀଲଙ୍କା ହାତରୁ ଖସିଲା ଅଣ୍ଡର-19 ବିଶ୍ଵକପ୍ ଆୟୋଜନ ଅଧିକାର, ICC ୧୧ ଦିନରେ ଦେଲା ଦ୍ଵିତୀୟ ଝଟକା l

➡️୨୦-କଳିଙ୍ଗ ଷ୍ଟାଡିୟମ୍‌‌ରେ ଭାରତ ଓ କତାର ମଧ୍ୟରେ ବିଶ୍ୱକପ୍‌‌ ୨୦୨୬ ଓ ଏଏଫ୍‌‌ସି କପ୍‌‌ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତକୁ ୩-୦ ଗୋଲରେ ହରାଇଲା କତାର।

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ମାନବ ସମାଜ ବାର୍ଷିକୀ ଦିବସ ll*
*🔅ଆଜି ଜାତୀୟ ହିଂସା ଦିବସ ll*
*🔅ଆଜି ଭାରତର ପ୍ରଥମ ମହିଳା ଡାକ୍ତର*
*ରାଖମବାଇ ରାଉତଙ୍କ ଜନ୍ମ ବାର୍ଷିକୀ ll*
*🔅ଆଜି ଶହୀଦ ଶ୍ରୀ ଲକ୍ଷ୍ମଣ ନାୟକ ଜୟନ୍ତୀ ll*
*🔅ଆଜି ଶ୍ରୀ ଦୁର୍ଗାଦାସ ରାଠୋରଙ୍କ ମୃତ୍ୟୁ ବାର୍ଷିକୀ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*