ଘୁମୁସର ତାଲୁକା କୁରାଳ ସମାଜ ତରଫରୁ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ।

ଘୁମୁସର ତାଲୁକା କୁରାଳ ସମାଜ ତରଫରୁ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ।
ବେଲଗୁଣ୍ଠା/ ଶୁକ୍ରବାର ଦିନ ଘୁମୁସର ତାଲୁକା କୁରାଳ ସମାଜ ତରଫରୁ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ତନରଡା ଗ୍ରାମ କୁରାଳ ସମାଜ ଗୃହ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଘୁମୁସର ତାଲୁକା କୁରାଳ ସମାଜର କୁଳାଧୀଶ କାର୍ତ୍ତିକେଶ୍ବର ବେହେରା, ସଭାପତି ଅଯୋଧ୍ୟା ବେହେରା, ସମ୍ପାଦକ ଅଶୋକ କୁମାର ବେହେରା ,ତାଲୁକାର ସମସ୍ତ କର୍ମକର୍ତ୍ତା ଏବଂ ସମସ୍ତ ମୁଠା କର୍ମକର୍ତ୍ତା ଓ ଗ୍ରାମ କମିଟି ଉପସ୍ଥିତି ଥିଲେ । ଘୁମୁସର ତାଲୁକା କୁରାଳ ସମାଜ ତରଫରୁ ସମାଜର ବହୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ପ୍ରତିବର୍ଷ ଏହିଭଳି ସମାଜର ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ମାନୀତ କରାଯିବ ବୋଲି ଘୁମୁସର ତାଲୁକା କୁରାଳ ସମାଜର କୁଳାଧୀଶ କାର୍ତ୍ତିକେଶ୍ବର ବେହେରା ବୈଠକରେ ପ୍ରକାଶ କରିଥିଲେ । ଏହି ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବରେ ବହୁ ମେଧାବୀ ଛାତ୍ରଛାତ୍ରୀ ଓ ଅବିଭାବକ ଓ କୁଳ ସମାଜ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସମ୍ପାଦକ ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ