July 1, 2024
Share

*ଖବର ଆଜିର*
ତାରିଖ ୨୨/୧୦/୨୦୨୩ ରବିବାର ।।
ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଦକ୍ଷିଣ ପୂର୍ବ ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରହିଛି ।

ଲଣ୍ଡନରେ ୪ ବର୍ଷର ନିର୍ବାସନ ପରେ ନିଜ ଦେଶ ପାକିସ୍ତାନକୁ ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ । ଫେରିବା ପରେ ସେ ଲାହୋରରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ତାଙ୍କ ମନରେ ପ୍ରତିଶୋଧର ଭାବନା ନାହିଁ ବୋଲି ସେ କହିଛନ୍ତି ।
ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଇତିହାସ ସୃଷ୍ଟି କରିଛି। ହେନ୍ରିଚ୍ କ୍ଲାସେନ୍ (67 ବଲ, 109 ରନ୍) ଧୂଆଁଧାର ପାଳି ପରେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ବିସ୍ଫୋରକ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡକୁ 229 ରନ୍ ରେ ପରାସ୍ତ କରିଥିଲା। ODI କ୍ରିକେଟ୍ ଇତିହାସରେ ଏହା ହେଉଛି ଇଂଲଣ୍ଡର ସବୁଠାରୁ ବଡ ପରାଜୟ।

ଗରବା ନୃତ୍ୟ ସମୟରେ ବଢୁଛି ହୃଦଘାତ ମାମଲା, ଗୁଜରାଟରେ ୨୪ ଘଣ୍ଟାରେ ମଲେଣି ୧୨ ଜଣ .

ପୂର୍ବୋତ୍ତରରେ ୬୫ ପ୍ରତିଶତ କମିଛି ଆତଙ୍କବାଦ, ବିଦ୍ରୋହ: ଅମିତ ଶାହ .

ଇସ୍ରୋ ରଚିଲା ଇତିହାସ । ‘ଗଗନଯାନ’ର ପ୍ରଥମ ଟ୍ରାଏଲ ସଫଳ ।

ରମାଦେବୀ କଲେଜ ହଷ୍ଟେଲରେ ରୢାଗିଂ ଅଭିଯୋଗରେ ତଦନ୍ତ ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ l ।

ୟେମେନ-ଓମାନ ମୁହାଁ ସାମୁଦ୍ରିକ ଝଡ଼ ‘ତେଜ’ l ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା ‘ତେଜ୍’, ଆଗାମୀ ୨୪ ଘଣ୍ଟାରେ ହେବ ଆହୁରି ଭୟଙ୍କର l ବୁଧବାର କରିବ ଲ୍ୟାଣ୍ଡଫଲ୍। ୧୫୦ କିଲୋମିଟର ବେଗରେ ବହିବ ପବନ। ୨୬ଯାଏ ସମୁଦ୍ରକୁ ନଯିବାକୁ ପରାମର୍ଶ l

ଚିକିତ୍ସା ବିଜ୍ଞାନରେ ବଡ ସଫଳତା ହାସଲ କଲା ଭାରତ। ଗୋଟିଏ ବୁନ୍ଦା ରକ୍ତ ନ ବୁହାଇ ସଫଳତାର ସହ ହୃତପିଣ୍ଡ ପ୍ରତିରୋପଣ କଲେ ଅହମ୍ମଦାବାଦର ମାରେଙ୍ଗୋ ସିଆଇଏମଏସ ହସ୍ପିଟାଲର ଡାକ୍ତର ଧୀରନ ଶାହା ଓ ଧୱାଲ ନାୟକଙ୍କ ଟିମ୍‌ l

ବ୍ୟାଗ୍‌ରେ ବୋମା ରଖିଛି କହି ଯାତ୍ରୀ ଧମକାଇବାରୁ ମୁମ୍ବାଇରେ ଜରୁରୀ ଅବତରଣ କଲା ପୁଣେରୁ ଦିଲ୍ଲୀ ଯାଉଥିବା ‘ ଆକାଶ ଏୟାର୍‌’ ବିମାନ l ବିମାନ ରେ ୧୮୫ ଯାତ୍ରୀ ଓ ୬ଜଣ ବିମାନ କର୍ମଚାରୀ ଥିଲେ l ।

ଏଣିକି ଭାରତରେ ବି କାମ କରିପାରିବେ ପାକିସ୍ତାନୀ କଳାକାର l ପ୍ରତିବନ୍ଧକ ହଟାଇଲେ ବମ୍ବେ ହାଇକୋର୍ଟ l ।

ଦିଲ୍ଲୀ-ଏନସିଆରରେ ବିଗିଡିଲା ବାୟୁର ମାନ, ଲାଗୁ ହେଲା ଦ୍ୱିତୀୟ ପର୍ଯ୍ୟାୟ GRAP l ବଢିଲା ଜାତୀୟ ରାଜଧାନୀରେ ପାର୍କିଂ ଶୁଳ୍କ l ।

ଡାବର ଇଣ୍ଡିଆର ତିନ ସହଯୋଗୀ କମ୍ପାନୀ ନାଁରେ ୟୁଏସ ଓ କାନାଡ଼ାରେ ମାମଲା ରୁଜୁ । ଉତ୍ପାଦକରେ କର୍କଟରୋଗ ସୃଷ୍ଟିକାରୀ ତତ୍ୱ ଥିବା ନେଇ ହେଲା ଅଭିଯୋଗ l

ବିଶ୍ୱକପ : ଆଜି ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ହେବ ମୁହାଁମୁହିଁ l ଆହାତ ଯୋଗୁଁ ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ।

ଲଗାତାର ତିନିଟି ପରାଜୟ ପରେ ବିଶ୍ୱକପ୍‌ରେ ବିଜୟର ସ୍ୱାଦ ଚାଖିଲା ଶ୍ରୀଲଙ୍କା l ଗତକାଲି ନେଦରଲ୍ୟାଣ୍ଡସକୁ ୫ ୱିକେଟରେ ହରାଇଛି ଦଳ।

ସୁପ୍ରଭାତ ,ଶୁଭ ସକାଳ ।