March 10, 2026

ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20250822-WA0092
Share

କୋଲନରା: ( ସଞ୍ଜୀବ କଣ୍ଡାଗରୀ ) କୋଲନରା ବ୍ଳକର ମୁକୁନ୍ଦପୁର ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି | ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମୁଲ୍ୟ ମାଳିଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେନ୍ଦ୍ର ନିଶାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ପିତା ମାତାଙ୍କୁ ଡାକି ପୁନର୍ବାର ବିଦ୍ୟାଳୟରେ ନିଜ ନିଜ ନାମ ପଞ୍ଜିକରଣ କରିବାକୁ ବୁଝାଇଥିଲେ | ଓଡ଼ିଶା ସରକାର ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟରେ ଅଧାରୁ ପାଠ ଛାଡିଥିବା, ଆଦୌ ନାମ ଲେଖାଇ ନ ଥିବା, ବିଦ୍ୟାଳୟ ବାହାରେ ଥିବା ପିଲା ମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟବ୍ୟାପୀ ଅଭିଯାନ ଚାଲିଛି | ଏଣୁ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ପ୍ରତ୍ୟେକ ବିଦ୍ୟାଳୟରେ ଆୟୋଜନ କରାଯାଉଛି | ଅଧାରୁ ରହି ଯାଇଥବା ପିଲାଙ୍କ ଘରକୁ ଯାଇ ପୁଣି ପ୍ରବେଶ କରାଇବା ବୋଲି ପ୍ରାଞ୍ଜଳ ଭାବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମାଳି ଉପସ୍ଥିତ ଅଭିଭାବକ ମାନଙ୍କୁ ବୁଝାଇ କହିଥିଲେ | ବୈଠକରେ ସହକାରୀ ଶିକ୍ଷକ ଦେବେନ୍ଦ୍ର ଦୋରା ପରିଚାଳନା କରିଥିବା ବେଳେ ସୋମନାଥ ଦାସ, ବାଳକୃଷ୍ଣ ଗମାଙ୍ଗ, ସୁମନ୍ତ କୁମାର ନାୟକ, ଦେବାଶିଷ ଖାଡାଙ୍ଗା, ଶିକ୍ଷୟିତ୍ରୀ ଅନିଲ କୁମାରୀ ପାଢ଼ୀ, ଲିଲିପ୍ରୀୟା ସାହୁ, ଅନିତା ନାଗ, ଲକ୍ଷ୍ମୀ ନାରସାମ୍ମା ଓ ଜିତାରାଣୀ ସେନାପତି ସମେତ ଶତାଧିକ ଅଭିଭାବକ ଉପସ୍ଥିତ ରହିଥିଲେ |