ଆଜିର ଖବର..
୧-୧୮ ଆଇଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର।ଦେଓ ରଞ୍ଜନ କୁମାର ସିଂହ: ସ୍ୱତନ୍ତ୍ର ରିଲିଫ୍ କମିଶନର,ଅନନ୍ୟା ଦାସ:ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓ ଶାଳିନୀ ପଣ୍ଡିତ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ
୨-ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ।
୩-ରାଜନଗରରେ ବ୍ୟାପୁଛି ଝାଡ଼ାବାନ୍ତି,୭୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ,ମାସକରେ ୪ ମୃତ।
୪-ଇ- ଚାଷ ଆପ୍ ଓ ପୋର୍ଟାଲର ହେଲା ଶୁଭାରମ୍ଭ, ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇବାରେ ଓଡ଼ିଶା ପ୍ରଥମ ରାଜ୍ୟ।
୫-କେନ୍ଦ୍ରାପଡା: କଲିକତାକୁ ବିରଳ କଙ୍କଡା ଚାଲାଣ,୩ ଗିରଫ।
୬-କୋଟା ଭିତରେ କୋଟା ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ତୀବ୍ର ବିରୋଧ । ୧୨ ଘଣ୍ଟିଆ ବନ୍ଦ ପାଳନ, ସକାଳୁ ଅଚଳ ହୋଇଗଲା ଅଧାରୁ ଅଧିକ ଓଡିଶା।
୭-ଦୂର ହେବ ରାଜଧାନୀ ଜଳବନ୍ଦୀ ସମସ୍ୟା,ଇସ୍କନ ମନ୍ଦିର ପାଖ ନାଳ କାମ କରିବ NHI
୮-ଓଡ଼ିଶାକୁ ଆସିଲା ପଶ୍ଚିମବଙ୍ଗ ଆଳୁ ଗାଡ଼ି; ଏଥର କମିବ ଦର !
୯-ରାଜଧାନୀରେ ୪୩୬ ଡେଙ୍ଗୁ ରୋଗୀ,ପଟିଆରେ ସର୍ବାଧିକ ଆକ୍ରାନ୍ତ।
୧୦-ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା।ଡିସେମ୍ବର ୨୬ରୁ ଜାନୁଆରୀ ୧୫ ଯାଏଁ ପ୍ରାକ୍ଟିକାଲ ।
୧୧-ଓଡ଼ିଆ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ଓ ପର୍ଶୁରାମଙ୍କୁ ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର ପ୍ରଦାନ।
୧୨-ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ ଚୌଧୁରୀ ପପୁନ କୁମାର ଦାଶ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
୧୩-ପୁରୀ:ଖଜା ବ୍ୟବସାୟୀ ହରିହର ସାହୁ ହତ୍ୟାକାଣ୍ଡ, ବାପା-ପୁଅଙ୍କ ସମେତ ୯ ଅଭିଯୁକ୍ତ ଗିରଫ।
୧୪-ଦର ଦାମର ପ୍ରଭାବ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଉପରେ ପଡ଼ିଛି, ୧ଟଙ୍କା ବଢ଼ିବ ମଧ୍ୟାହ୍ନ ଭୋଜନ।
୧୫-ଗୋଟିଏ ଆସନ ପାଇଁ ନାମାଙ୍କନ କଲେ ବିଜେପିର ଦୁଇ ନେତା । ଜଗନ୍ନାଥଙ୍କ ନାମାଙ୍କନକୁ ନେଇ ବଢିଲା ଚର୍ଚ୍ଚା ।
୧୬-ଦୀର୍ଘ ବର୍ଷ ପରେ ପୁଣି ଫେରିଲା ମଦ ମୃତ୍ୟୁ । ବିଷାକ୍ତ ମଦ ନେଲା ଚିକିଟିରେ ୨ ଜଣଙ୍କ ଜୀବନ । ୧୨ ରୁ ଅଧିକ ଏବେ ବି ଚିକିତ୍ସିତ।
୧୭-ଝାଡ଼ଖଣ୍ଡ:ବିଧାନସଭା ନିର୍ବାଚନ ପୂର୍ବରୁ ଚମକାଇ ଦେଲେ ଚମ୍ପାଇ ସୋରେନ । ଗଢ଼ିବେ ନୂଆ ଦଳ ।
୧୮-ପୋଲାଣ୍ଡରେ ମୋଦୀ, ୪୫ ବର୍ଷ ଭିତରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ।
୧୯-ନୁଆ ଦିଲ୍ଲୀ:ICC ଅଧ୍ୟକ୍ଷ ହୋଇପାରନ୍ତି ଜୟ ଶାହା।
୨୦-କୋଲକାତା ଦୁଷ୍କର୍ମ – ଇଡି ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ସନ୍ଦୀପ ଘୋଷଙ୍କ ପୂର୍ବତନ ସହଯୋଗୀ।
୨୧-ମହାରାଷ୍ଟ୍ରର ଥାଣେ ସହର:ବାପାର ଫର୍ଚୁନର ବନାମ ପୁଅର ସଫାରୀ, ରାସ୍ତା ମଝିରେ ହେଲା ଜୋରଦାର ଲଢ଼େଇ, ୫ ଜଣଙ୍କ ଉପରେ ଚଢ଼ାଇଲେ ଗାଡ଼ି।
୨୨-ଆନ୍ଧ୍ରପ୍ରଦେଶ:ଫାର୍ମା କମ୍ପାନୀ କାରଖାନାରେ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି।
୨୩-ବଢ଼ିଲା ବିପଦ: ଏଲଏସି ନିକଟରେ ଚୀନ ତିଆରି କରିଥିବା ଆଦର୍ଶ ଗାଁରେ ରହିଲେଣି ଲୋକେ।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*