November 15, 2024

ହଜାର ଲିଟର ମହୁଲ ପୋଚ ନଷ୍ଟ କଲେ ଗାରାବନ୍ଧ ପୋଲିସ …

Share

ଗଜପତି ଜିଲ୍ଲା ଅନ୍ତର୍ଗତ ଗାରାବନ୍ଧ ପୋଲିସ କଳାସିଂହେ ଗ୍ରାମରେ ଚୋରା ଦେଶୀ ମଦ ପ୍ରସ୍ତୁତି ପାଇଁ ଥିବା ମହୁଲ ପୋଚ ନଷ୍ଟ କରିଛନ୍ତି ଗାରାବନ୍ଧ ପୋଲିସ। ଏହି ଅଚାନକ ଚଢ଼ାଉ ର ନେତୃତ୍ଵ ନେଇଥିଲେ ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ଙ୍କ ସହ ଏସ୍ ଆଇ ଏନ୍. ଦାସ ଏବଂ ଗାରାବନ୍ଧ ପୋଲିସ କର୍ମଚାରୀ। ଗତ କିଛିଦିନ ପୂର୍ବେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଞ୍ଚଳରେ ଚୋରା ଦେଶୀ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧିନ ଥିବା ଜଣାପଡିଛି। ସେହିପରି ମୋହନା ବ୍ଲକ ସହ ଗଜପତି ଜିଲ୍ଲାର ଅନେକ ଅଞ୍ଚଳରେ ଚୋରା ଦେଶୀ ମଦ ପ୍ରସ୍ତୁତି ହୋଇ ଚୋରାରେ ବିକ୍ରି ହେଉଥିବା ବେଳେ ଅବକାରୀ ଏବଂ ସ୍ଥାନୀୟ ପୋଲିସ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଚୋରା ମଦ ପ୍ରସ୍ତୁତି ସ୍ଥାନ ଚିହ୍ନଟ କରି ବନ୍ଦ କରିବା ପାଇଁ ସାଧାରଣରେ ଦାବୀ ହେବା ସହ ଆଗାମୀ ଦିନରେ ଯେପରି ଅକାଳରେ ମଦ ପିଇ ନିରୀହ ଜୀବନ ଯେପରି ଜୀବନୀ ସେଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଅନୁରୋଧ କରିଛନ୍ତି।