November 15, 2024

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

Share

ପୁରୀ, 21/8 : ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବାଘଆଖେଡା ମଠ ପରିସରରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି l ନାଗରିକ ମଞ୍ଚର ସଭାପତି ପ୍ରଫେସର କାର୍ତ୍ତିକ କୁମାର ଦାସ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ l ପରିବାରର ମୂଳଦୁଆ ହେଉଛନ୍ତି ବରିଷ୍ଠ ନାଗରିକ l ତାଙ୍କର ଜୀବନ ଓ ଅଭିଜ୍ଞତାକୁ ନେଇ ବହୁ କିଛି ଶିଖିବାର ଆବଶ୍ୟକ ରହିଛି l ସେମାନଙ୍କ ସ୍ନେହ, ଭଲପାଇବା, ଆଶୀର୍ବାଦ, ଅମୁଲ୍ୟ ଓ ନିସ୍ଵାର୍ଥପର ହୋଇଥାଏ l ଆଜିର ବିଶ୍ଵ ବରିଷ୍ଠ ନାଗରିକ ଦିବସ ଅବସରରେ ବରିଷ୍ଠ ନାଗରିକ ମାନଙ୍କର ବହୁବିଧ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ଦେଶର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେବା ଉଚିତ ଯେ ବରିଷ୍ଠ ନାଗରିକଙ୍କ ସେବା କରିବା ସହିତ ସେମାନଙ୍କ ଉପଲବ୍ଧି, ପରିବାର ଓ ଦେଶ ପ୍ରତି ସମର୍ପଣ ଭାବ ପାଇଁ ବରିଷ୍ଠ ନାଗରିକଙ୍କ ପରାମର୍ଶ ନେବା ପାଇଁ ଯୁବପିଢ଼ି ଆଗେଇ ଆସିବା ଦରକାର ବୋଲି ଆଲୋଚନା ହୋଇଥିଲା l ଉତ୍ସବ ଅବସରରେ

ମୁଖ୍ୟଅତିଥି ଭାବେ ଅଧିବକ୍ତା ଗୁଣ୍ଡିଚା ବରାଳ, ମୁଖ୍ୟବକ୍ତା ଅତିଥି ବିପିନ ଦଳାଇ , ଅନ୍ୟତମ ବକ୍ତା ଭାବେ ନରସିଂହ ମହାନ୍ତି, ଡାକ୍ତର କାମଦେବ ଦାସ ଅଧ୍ୟାପକ ଦେବରାଜ ପ୍ରଧାନ, ପୂର୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇ ବିଶ୍ଵ ବରିଷ୍ଠ ନାଗରିକ ଦିବସର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ l ମଞ୍ଚ ପରିଚାଳନା କରିଥିଲେ ମଞ୍ଚର ସମ୍ପାଦକ ଦେବେନ ଦାସ କହିଲେ ହେଉଛି ସମସ୍ତ ଡାକ୍ତରଖାନା ରେ ବରିଷ୍ଠ ନାଗରିକ ମାନଂକୁ ସ୍ୱତନ୍ତ ଵେବସ୍ତା, ଶ୍ରୀଜଗନ୍ନାଥ ମନ୍ଦିର ଓ ରାଜ୍ୟର ଅନନ୍ୟା ଧର୍ମାନୁଷ୍ଠାନ ମାନଂକରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଦର୍ଶନ ଵେବସ୍ତା, ଟ୍ରେନ ରେ ରିହାତି ଵେବସ୍ଥା, ଓ ଆୟୁଷ୍ମାନ ଯୋଜନାରେ ସମସ୍ତ ବରିଷ୍ଠ ନାଗରିକ ମାନଂକୁ ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ କରି ଥିଲେ କାର୍ଯ୍ୟକ୍ରମରେ ଶଙ୍କର ବାରିକ, ଦେବେନ୍ଦ୍ର ତ୍ରିପାଠୀ, ଗୋଲକ ଚନ୍ଦ୍ର ଜେନା,ପ୍ରଫୁଲ୍ଲ ମିଶ୍ର , ସାରଦା ନନ୍ଦ, ଭଗବାନ ସମର୍ଥ,ବଟକୃଷ୍ଣ ସ୍ୱାଇଁ, ଅରୁଣ କୁମାର ମହାନ୍ତି, ତ୍ରିବିକ୍ରମ ମିଶ୍ର, ସୁରେନ୍ଦ୍ର ସାମନ୍ତରାୟ, କୃପାସିନ୍ଧୁ ରାଉତରାୟ, ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ