March 10, 2026

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ପୁରୀ ଜିଲ୍ଲା ର ସମସ୍ତ ବ୍ଲକରେ କାର୍ଯ୍ୟକରି ହେଉ ଥିବା ବିଭିନ୍ନ ଉନ୍ନୟନ

IMG-20250722-WA0039
Share

ଅଦ୍ୟତା 22.07.2025 ରିଖ, ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ପୁରୀ ଜିଲ୍ଲା ର ସମସ୍ତ ବ୍ଲକରେ କାର୍ଯ୍ୟକରି ହେଉ ଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ମାସିକ ସମୀକ୍ଷା ବୈଠକ, ଜିଲ୍ଲାପାଳ ପୁରୀ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ପ୍ରିୟରଞ୍ଜନ ପୃଷ୍ଟି,ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ବେହେରା, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ(ବୈଷୟିକ) ତଥା ଜିଲ୍ଲା ରେ କାର୍ଯ୍ୟରତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ବୈଠକରେ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ, ପଞ୍ଚମ ରାଜ୍ୟ ଅର୍ଥ କମିଶନ, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ, ମିଶନ ଶକ୍ତି ଗୃହ ନିର୍ମାଣ, ମିଶନ ଶକ୍ତି GPLF ଗୃହ ନିର୍ମାଣ, ମିଶନ ଶକ୍ତି ଖୁଚୁରା ଦୋକାନ ଗୃହ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସମବାୟ ବିଭାଗ ଦ୍ଵାରା ଚିହ୍ନିତ PAC ଗୃହ ନିର୍ମାଣ, ଅନ୍ତୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା, ମନରେଗା ଯୋଜନା, ସ୍ଵଚ୍ଛ ଭାରତ ମିଶନ ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ର ମାସିକ ସମୀକ୍ଷା ହୋଇଥିଲା।ଜିଲ୍ଲାପାଳ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ର ସମୟପୋଯୋଗୀ ସମାପ୍ତ କରିବା ନିମନ୍ତେ ଉପସ୍ଥିତ ଥିବା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇ ଥିଲେ। ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ଅସମ୍ପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଯଥା ଶୀଘ୍ର ସମ୍ପୁର୍ଣ୍ଣ କରିବାକୁ, ଆବଶ୍ୟକ ସ୍ଥଳେ ଅତିରିକ୍ତ ଅର୍ଥ ମଞ୍ଜୁର କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ପ୍ରକଳ୍ପ ଗୁଡିକ ର କାର୍ଯ୍ୟ ଆବଶ୍ୟକ ଜମି ଚିହ୍ନଟ ହୋଇପାରୁ ନଥିବା କାରଣରୁ ଆରମ୍ଭ ହୋଇପାରୁନାହିଁ ତାହାର ଏକ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବାକୁ ତଥା ସମ୍ପୃକ୍ତ ତହସିଲଦାର ମାନଙ୍କ ସହ ବୈଠକ କରି ସେ ସବୁ ର ଜାଗା ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକର ତତ୍କ୍ଷଣାତ୍ ସମାଧାନ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ତୋଦୟ ଗୃହ ଯୋଜନା ରେ ଚିହ୍ନଟ ସମସ୍ତ ହିତାଧିକାରୀମାନଙ୍କୁ ଆବଶ୍ୟକୀୟ କିସ୍ତି ତଥା ପାଇଖାନା ଗୃହ, ଜଳଯୋଗାଣ, ବିଦ୍ୟୁତ୍ ଯୋଗାଣ, 90 ଶ୍ରମ ଦିବସ ତୁରନ୍ତ ପ୍ରଦାନ କରିବାକୁ ଗୃହରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ମାନଙ୍କୁ ତାଗିଦ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ