March 12, 2026

ପୁରୀ ବ୍ରହ୍ମଗିରି ଠାରେ ଗ୍ରାମ ନ୍ୟାୟଳୟ ଉଦ୍ଘାଟିତ..

IMG-20250722-WA0037
Share

 

      ପୁରୀ ୨୨/୭ ଆଜି ପୁରୀ ବ୍ରହ୍ମଗିରି ନିକଟସ୍ଥ କାଳିକା ବାଡ଼ି ଠାରେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଗ୍ରାମ ନ୍ୟାୟାଳୟ କୋର୍ଟ ଉଦ୍ଘାଟିତ ହୋଇଯାଇଅଛି।ଏହି ଉଦ୍ଘାଟନି ଉତ୍ସବରେ ହନରେବଲ ଜଷ୍ଟିସ ହାଇକୋର୍ଟ ଅଫ ଓଡିଶା ହରିସ ଟଣ୍ଡନ,ହନରେବଲ ଶ୍ରୀ ଜଷ୍ଟିସ ଏସ.କେ ସାହୁ(ଚେୟାର ମ୍ୟାନ ବିଲ୍ଡିଂ କମିଟି ଅଫ ଦ ହାଇକୋର୍ଟ),ହନରେବଲ ଶ୍ରୀ ଜଷ୍ଟିସ କେ ଆର ମହାପାତ୍ର ଓ ପୁରୀ ଜିଲ୍ଲା ଦୌରା ଜଜ ଅଯନ୍ତା ଷଡଙ୍ଗୀ ଉପସ୍ଥିତ ରହିଥିଲେ ।ବ୍ରହ୍ମଗିରି ବାର ଆସୋସିଏସନ ର ସଭାପତି ,ସମ୍ପାଦକ ଏବଂ ବହୁତ ଆଇନଜୀବୀ ଙ୍କ ଉପସ୍ଥିତିରେ ଗ୍ରାମ ନ୍ୟାୟଳୟ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଉଦ୍ଘାଟିତ ହୋଇଥିଲା।। ମାଲୁଦ,କୃଷ୍ଣପ୍ରସାଦ,ସାତପଡ଼ା ଅଞ୍ଚଳର ଗ୍ରାମବାସୀ ମାନେ ନ୍ୟାୟିକ ବ୍ୟବସ୍ଥା ପାଇଁ ଆଉ ଦୁରଜାଗା କୁ ଯିବାକୁ ପଡ଼ିବ ନାହିଁ ଏହି କୋର୍ଟ ହେବା ଫଳରେ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ମନରେ ଖୁସିର ଲହରୀ ଖେଳିଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ