October 5, 2024

ଉମରକୋଟ ମୁନିସିପଲଟି ରେ ପରିଷଦର ଏଗାର ତମ ପରିଷଦ ବୈଠକ ଅନୁଷ୍ଠିତ………….

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ମୁନିସପାଲଟି ର ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୁନିସିପାଲଟି ର ଅଧକ୍ଷା ଶ୍ରୀମତୀ ରାଧା ଭତ୍ରା, ଉପାଧ୍ୟକ୍ଷ ସୁଧାଂଶୁ ଦାସ,କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ ଙ୍କ ସହ ପରିଷଦର ସମସ୍ତ ୱାର୍ଡର କାଉଁସିଲେର ମାନେ ଯୋଗ ଦେବା ସହ ଏହି ପରିଷଦର ବୈଠକରେ ମୁଖ୍ୟ ଅତିଥି ଭାବରେ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନିତ୍ୟା ନନ୍ଦ ଗଣ୍ଡଙ୍କ ପ୍ରତିନିଧି ଭାବେ ଯୋଗଦେଇ ଥିଲେ ବରିଷ୍ଠ ଓକିଲ ଶ୍ରୀ ଅଶୋକ ପାଢ଼ୀ ଏବଂ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ ପ୍ରତିନିଧି ରୂପେ ବରିଷ୍ଠ ଓକିଲ ଶ୍ରୀ ରାମ ନାୟକ, ପରିଷଦ ବୈଠକରେ ଯୋଗ ଦେଇଥିଲେ।ସେହିପରି ବିଭିନ୍ନ ଭିଭାଗ ଅଧିକାରୀ ତଥା ସ୍ୱାସ୍ଥ୍ୟ,ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ,ବିଦ୍ୟୁତ ବିଭଗ,ଖାଦ୍ୟ ଯୋଗାଣବିଭାଗ ମୁଖ୍ୟ ଅଧିକାରୀ ମାନଙ୍କ ସହ ମୁନିସିପାଲଟି ର ବିଭିନ୍ନ ବିଭାଗରେ ଦାଇତ୍ୱ ଥିବା କର୍ମଚାରୀ ଙ୍କ ସହ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।ଏହି ପରିଷଦ ସଭାକୁ ମୁନିସିପାଲଟି ଅଧକ୍ଷା ଶ୍ରୀମତୀ ରାଧା ଭତ୍ରା ଅଧକ୍ଷତା କରିଥିବା ବେଳେ ସଭାଟିକୁ ପରିଚାଳନା କରିଥିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ। ବୈଠକର ପ୍ରାରମ୍ଭରେ ସ୍ୱାସ୍ଥ୍ୟ ବିଭାଗ,ଉପରେ ଆଲୋଚନା କରାଯାଇଥିଲା। ଉମରକୋଟ ସହରର ଦରଗଗୁଡା ଅଂଚଳରେ ସହରାଞ୍ଚଳରେ ଥିବା ମିନି ସ୍ୱାସ୍ଥ୍ୟ ସେବା କେନ୍ଦ୍ର କାହିଁକି ପ୍ରାୟ ବନ୍ଦ ରହୁଥିବା ପରିଲକ୍ଷିତ ହୋଇଥବା କଥା ଉପସ୍ଥିତ ଥିବା ଉପଖଣ୍ଡ ଡାକ୍ତରଖାନାର ଇନ ଚାର୍ଜ ଡକ୍ଟର ଶରତ ଚନ୍ଦ୍ର ସେଠି ଙ୍କୁ ସସାଂସଦ ଙ୍କ ପ୍ରତିନିଧି ପଚାରିଥିଲ ଏବଂ ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ ହେଉଥିବା ଔଷଧ ଗୁଡିକୁ ରୋଗୀ ମାନଙ୍କୁ ପ୍ରଦାନ ନକରି ରୋଗୀଙ୍କୁ ବାହାର ଔଷଧ ଦୋକାନରୁ କିଣିବା ନିମନ୍ତେ ପେସକ୍ରାଇବ କରିବା, ସେହିପରି ରୋଗୀଙ୍କୁ ବିଭନ୍ନ ରକ୍ତ ନମୁନା, ଓ ଗର୍ଭବତୀ ମହିଳାମାନଙ୍କୁ ରକ୍ତ ପରୀକ୍ଷା , ଇସିଜି,ଅଲ୍ଟ୍ରାସାଉଣ୍ଡ ପାଇଁ ବାହାରକୁ ପଠାଇବା ଏହା ଦୁର୍ଭଗ୍ୟ ଜନକ। ଏହା ବହୁ ବାର ଆମ ନଜିରକୁ ଆସିଛି ବୋଲି ସାଂସଦ ପ୍ରତିନିଧି କହିଛନ୍ତି। ଏହାକୁ ସୁଧାର ନଆଣିଲେ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଂସଦଙ୍କୁ କୁହାଯିବ ବୋଲି ପ୍ରତିନିଧି ଶ୍ରୀ ରାମ ନାୟକ କହିଥିଲେ। ମୁଖ୍ୟତଃ ବର୍ଷା ଦିନ ହୋଇ ଥିବା ହେତୁ ସହରରେ କିଛି ୱାର୍ଡରେ ଡେଂଗୁଁ ସହ ହୋଇଜା ବ୍ୟାପିଥିବାରୁ ଏହାର ନିୟନ୍ତ୍ରଣ ନିମନ୍ତେ ପାନୀୟ ଜଳଯୋଗାଣ ଯନ୍ତ୍ରୀଙ୍କୁ ପରିଷଦ ତରଫରୁ କୁହାଯାଇଥିଲା ।ଯେ ଜଳ ଯୋଗାଣ ପାଇପରେ ଅନେକ ଜାଗାରେ ଲିକେଜ ରହିଥିବା ଯଗୁଁ ବାହାର ପାଣି ପାଇପରେ ପଶିବା ଦେଖିବାକୁ ମିଳିଛି ଏହାଦ୍ୱାରା ଜନସାଧାରଣ ରୋଗରେ ଆକ୍ରାନ୍ତ ହେଉଛନ୍ତି,ତେଣୁ ପାଣିରେ ବିଲିଚିଂ ଦେବା ସହ ଲିକେଜ ପାଇପ ଗୁଡିକୁ ଶିଘ୍ର ମରାମତି ନିମନ୍ତେ । ସେହିପରି ସହରରେ ବ୍ୟାପକ ଭାବେ ଦୋକାନ ,ବଜାର ମାନଙ୍କରେ ଝିଲି,ପ୍ଲାଷ୍ଟିକ ବୋତଲ ବହୁଳ ବ୍ୟବହାର ଓ ବିକ୍ରି ଜଗୁ ଏହାକୁ ନିୟନ୍ତ୍ରଣ ନିମନ୍ତେ ପରିଷଦ ପକ୍ଷରୁ କଡା ପଦକ୍ଷେପ ନେବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପରିଷଦର ସଭ୍ୟମାନେ କହିଥଲେ।

ପ୍ରେତେକ ସାହି ଗଳି ମାନଙ୍କରେ ଡ୍ରେନ ଥିବା ମଇଳା,ଆବର୍ଜନା କାଡୀ ତୁରନ୍ତ ଏହାକୁ ସଫା କରିବା ସହ ନାଳ ଓ ରାସ୍ତା କଡରେ ବ୍ଳଚିଂ,ମଶା ତେଲ,ଫିନଇଲ ପକାଇବାକୁ ମୁନିସି ପାଲଟି କୁ କୁହାଯାଇଥିଲା।ସେହିପରି ସହରକୁ ଗ୍ରାମଞ୍ଚଳକୁ ସଂଜଗ କରୁଥିବା ରାସ୍ତାର ମରାମତି ଓ ନିର୍ମାଣ ନିମନ୍ତେ ଗ୍ରମ୍ୟ ଉନୟନ ବିଭାଗର ଯନ୍ତ୍ରୀଙ୍କୁ ପରିଷଦ ବୈଠକରେ କୁହାଯାଇଥିଲା,ଏବଂ ସହରରେ ଥିବା ମୁଖ୍ୟ ରାସ୍ତାର ମରାମତି ଓ ବର୍ଷା ଦିନେ ସହରରେ ସୃଷ୍ଟି ହେଉଥିବା କୁତ୍ରିମ ବନ୍ୟାକୁ ଏଡ଼ାଇବା ନିମନ୍ତେ ମୁଖ୍ୟ ରାସ୍ତାକୁ କାଟି ଦୁଇ ଗୋଟି କଲଭେଟ ନିର୍ମାଣ କଲେ ସହରରେ ସୃଷ୍ଟି ହେଉଥିବା ବନ୍ୟାକୁ ନିୟନ୍ତ୍ରଣ କରିହେବ ବୋଲି ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା।ଏହି କାର୍ଯ୍ୟ ନିମନ୍ତେ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ କୁହାଯାଇ ଥିଲା ଏବଂ ପରିଷଦ ପକ୍ଷରୁ ଚିଠି କରିବା ପାଇଁ କୁହାଯାଇଥିଲା। ସେହିପରି ଆଗରୁ ପରିଷଦ ତରଫରୁ ହୋଇଥିବା ଉନ୍ନତ ମୁଳକ କାର୍ଯ୍ୟ ତୁରନ୍ତସାରିବାକୁ ଏବଂ ସାରିଥିବା କାମ ଗୁଡ଼ିକର ,ଅର୍ଥ ଠିକାଧାର ମାନଙ୍କ ତୁରନ୍ତ ପେମେଣ୍ଟ କରିବାକୁ ଓ ମୁନିସିପଲଟି ୨୦୨୩,୨୦୨୪ ବର୍ଷର ବଳକା ଥିବା ଅର୍ଥ କୁ ପ୍ରତ୍ୟକ ୱାର୍ଡରେ କିଛି ଉନ୍ନତିକାର୍ଯ୍ୟ ନିର୍ମାଣ ନିମନ୍ତେ ଖର୍ଚ୍ଚ କରିବା କୁ ଉପସ୍ଥିତ କାଉଁସିଲେର ଶ୍ରୀ ତପନ ଦେବନାଥ,ଚିତ ଜେନା, ମୁନା ପାଢ଼ୀ, ଭିକି ନାୟକ,ଓ ଅନ୍ୟ ସଭ୍ୟ ମନେ ପରିଷଦ ବୈଠକ ରେ ପ୍ରସ୍ତାବ ରଖି ଥିଲେ। ବୈଠକରେ ଉପସ୍ଥିତି ସମସ୍ତ ଅତିଥି ମାନଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଦେଇଥିଲେ।