October 5, 2024

ଶ୍ରୀଚୈତନ୍ୟ ମଠରେ ଗୁରୁ ପୂଜନ କାର୍ଯ୍ୟକ୍ରମ 

Share

 

 

 

ଗଞ୍ଜାମ ସହର ରେ ଅବସ୍ଥିତ ପ୍ରାଚୀନ ଶ୍ରୀଚୈତନ୍ୟ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ଆଧ୍ୟାତ୍ମିକ ବ୍ୟକ୍ତି ତଥା ଶିଷ୍ୟ ଓ ଶିଷ୍ୟା ମାନେ ମଠରେ ପହଞ୍ଚି ମଠ ମହନ୍ତ ଶ୍ରୀ ରାଧାବିନୋଦ ଦାସ ଗୋସ୍ୱାମୀ ମହାରାଜଙ୍କୁ ପୂଜନ କରିଥିଲେ l ଏହି ଏହି ପରିପ୍ରେକ୍ଷୀ ରେ ଗୁରୁ ଶିଷ୍ୟ ମାନଙ୍କୁ ଅନେକ ଧର୍ମବାଣୀ ଶୁଣାଇବା ସହ ସୁସ୍ଥ ମାନବ ସମାଜ ଗଠନ କରିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ମଠ ପରିସରରେ ଭଜନ କୀର୍ତ୍ତନ ଯୋଗୁଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ଏହି ଗୁରୁ ଶିଷ୍ୟ ପରମ୍ପରା କାର୍ଯ୍ୟକ୍ରମରେ ଗୁରୁ ଙ୍କ ମହତ ବାଣୀ ଶ୍ରାବଣ କରି ଶିଷ୍ୟ ମାନେ ଆନନ୍ଦ ବିଭୋର ହୋଇଥିଲେ l ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l(ପ୍ରଦୀପ କୁମାର ପଣ୍ଡା )