ସକାଳର ଖବର
╭───────────────────╮
🌄, ୨୨-ଜୁଲାଇ-୨୦୨୩, ଶନିବାର
╰───────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତିରେ ବିଶୃଙ୍ଖଳା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ହେଲା ଜାରି l
➡️୨-ପ୍ରକାଶ ପାଇଲା ଦ୍ୱିତୀୟ ତଥା ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ବି.ଟେକରେ ୮,୬୫୫ ଛାତ୍ରଛାତ୍ରୀଙ୍କୁ ମିଳିଲା ରାଙ୍କ କାର୍ଡ l
➡️୩-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ନିର୍ମାଣ ହେବ ୧୦,୦୦୦ ବନ ସୁରକ୍ଷା ସମିତି ଗୃହ l ୧୧ ଜିଲ୍ଲାରେ ମିଳିବ ଉନ୍ନତମାନର କ୍ୟାନସର୍ ଚିକିତ୍ସା ସୁବିଧା, ଖର୍ଚ୍ଚ ହେବ ୧୦୦୧.୧୪କୋଟି l
➡️୪-ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଲାଗୁ କଲେ ମିଶନ ଶକ୍ତି ସ୍କୁଟର ଯୋଜନା। ଏହି ଯୋଜନାରେ ମିଶନ ଶକ୍ତିର ଯୋଗ୍ୟ ସଦସ୍ୟାଙ୍କୁ ନିଜ ମନ ପସନ୍ଦର ସ୍କୁଟର କିଣିବା ପାଇଁ ମିଳିବ ବିନା ସୁଧରେ ଲକ୍ଷେ ଟଙ୍କା l ତେବେ ଏହାର ସୁଧ ଟଙ୍କା ରାଜ୍ୟ ସରକାର ବହନ କରିବେ।
➡️୫-କଟକ ମାଲଗୋଦାମରୁ ୨୦ କ୍ବିଣ୍ଟାଲର ନକଲି ମସଲା ହେଲା ଠାବ l ଜବତ ନକଲି ସାମଗ୍ରୀର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସିଏମସି ସ୍ବାସ୍ଥ୍ୟ ବିଭାଗ କଲେ ସ୍ପଷ୍ଟ l
➡️୬-ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ କୌଣସି ଗୃହକାର୍ଯ୍ୟ ହୋଇପାରିନି। ମଣିପୁର ହିଂସା ପ୍ରସଙ୍ଗରେ ସଂସଦର ଉଭୟ ଗୃହ ହେଲା ଅଚଳ l ସୋମବାର ପର୍ଯ୍ୟନ୍ତ ସଂସଦ ମୁଲତବୀ l
➡️୭-ଭାରତକୁ ବିପଦର ବନ୍ଧୁ କହିଲା ଶ୍ରୀଲଙ୍କା । ଆର୍ଥିକ ସଙ୍କଟ ସମୟର ସାହାଯ୍ୟକୁ ଭୁରି ଭୁରି ପ୍ରଂଶସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ l
➡️୮-ସୁପ୍ରିମକୋର୍ଟରେ ଝୁଲି ରହିଛି ରାହୁଲଙ୍କ ଭାଗ୍ୟ । ଅଗଷ୍ଟ ୪ରେ ହେବ ମୋଦୀ ସାଙ୍ଗିଆ ବିବାଦର ଶୁଣାଣ, ଆବେଦନକାରୀ ଓ ଗୁଜରାଟ ସରକାରଙ୍କୁ ପକ୍ଷ ରଖିବାକୁ ହେଲା ନୋଟିସ l
➡️୯-ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୬୦୦ ବିଲିୟନ ଡଲାର ହେଲା ପାର, ଯାହା କି ୧୫ ମାସରେ ସର୍ବୋଚ୍ଚ l
➡️୧୦-ଫିଲ୍ମ ‘ଦ କାଶ୍ମୀର ଫାଇଲ ଅନ୍ରିପୋର୍ଟେଡ୍’ର ଟ୍ରେଲର ହେଲା ରିଲିଜ୍ l କାଶ୍ମୀର ପଣ୍ଡିତଙ୍କ ଛାତିଥର କାହାଣୀ କହିବ ଏହି ସିନେମା l
➡️୧୧-ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ନିୟତି l
➡️୧୨-ଟମାଟୋ ପରେ ଏଣିକି କନ୍ଦାଇବ କ୍ଷୀର, କର୍ଣ୍ଣାଟକ ସରକାର ନନ୍ଦିନୀ କ୍ଷୀରର ମୂଲ୍ୟ ଲିଟର ପିଛା ୩ ଟଙ୍କା ବଢ଼ାଇଲେ। ଆସନ୍ତା ମାସ ପହିଲାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ ।
➡️୧୩-ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବୋର୍ଣ୍ଣ ଅଗଷ୍ଟ ୧୧ ୨୦୨୩ରେ ସମ୍ମାନିତ ହେବେ ଭୁମି ପେଡନେକର l
➡️୧୪-ପୁଣି ଚର୍ଚ୍ଚାରେ ଜ୍ଞାନବାପୀ, ମସ୍ଜିଦ୍ ପରିସରରେ ସର୍ଭେ କରିବାକୁ ଅନୁମତି ଦେଲେ ବାରଣାସୀ କୋର୍ଟ l
➡️୧୫-ଏଣିକି ଶ୍ରୀଲଙ୍କାରେ ବି ମଧ୍ୟ ଲଞ୍ଚ ହେବ UPI, ଦ୍ବିପାକ୍ଷିକ ଆଲୋଚନା ପରେ କହିଲେ ରାଷ୍ଟ୍ରପତି ବିକ୍ରମସିଙ୍ଘେ l
➡️୧୬-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସରକାରୀ ବାସଭବନ ନିକଟରୁ ସନ୍ଦିଗ୍ଧ ଗିରଫ । ମାରାଣାସ୍ତ୍ର ଧରି ଘରକୁ ପଶିବା ଉଦ୍ୟମ ସମୟରେ ଅଭିଯୁକ୍ତକୁ ଧରିଲା ପୁଲିସ l
➡️୧୭-ପୋର୍ଟ ଅଫ୍ ସ୍ପେନ୍ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ଭାରତ ୪୩୮ ରନ୍ର ସମ୍ମାନଜନକ ସ୍କୋର l
➡️୧୮-୫୦୦ତମ ମ୍ୟାଚ୍ରେ ୭୬ତମ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ସଚିନଙ୍କ ରେକର୍ଡ l ଦୀର୍ଘ ୫ ବର୍ଷ ପରେ ବିଦେଶ ମାଟିରେ କଲେ ଶତକ ହାସଲ l
➡️୧୯-ଇମର୍ଜିଂ ଟିମ୍ ଏସିଆ କପ୍ : ସେମିରେ ବାଂଲାଦେଶ-ଏକୁ ୫୧ ରନରେ ପରାସ୍ତ କଲା ଭାରତ-ଏ, ଫାଇନାଲରେ ଭାର-ପାକ୍ ମଧ୍ୟରେ ହେବ ମୁକାବିଲା l
➡️୨୦-ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ତାରିଖ ହେଲା ଘୋଷଣା, ଅଗଷ୍ଟ ୧୨ରେ ପଡିବ ଭୋଟ୍ । ଏଥର ନିର୍ବାଚନଠୁ ଦୂରରେ ରହିବେ ବ୍ରିଜଭୂଷଣ ସିଂହ ।
୧୮ ବର୍ଷ ବୟସରେ କ୍ରିକେଟରୁ ସନ୍ୟାସ ନେଲେ ପାକିସ୍ତାନ ମହିଳା ଦଳର ଆୟେଶା ନସିମ୍ l ଇସଲାମ ସେବା ପାଇଁ ଆୟେଶା ନସିମ ଅନ୍ତର୍ଜାତୀୟ କ୍ରିକେଟ ଛାଡିଛନ୍ତି।
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ବିଶ୍ୱ ମସ୍ତିଷ୍କ ଦିବସ ll
🔅ଆଜି ଜାତୀୟ ଆମ୍ବ ଦିବସ ll
🔅ଆଜିର ଦିନରେ ଚନ୍ଦ୍ରଯାନ-2ର
ସଫଳ ଉତକ୍ଷେପଣ ହୋଇଥିଲା ll
🔅ଆଜି ମହାନ ଗାୟକ ଶ୍ରୀ ମୁକେଶ ଜୟନ୍ତୀ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll