March 8, 2026

କବି ଗୋଲକ ବିହାରୀ ପଳାଇଙ୍କ “ଏଇ ମୋ ଗାଁଆ” ପୁସ୍ତକ ର ଲୋକାର୍ପଣ ଉତ୍ସବ           

IMG-20250622-WA0070
Share

ତିର୍ତ୍ତୋଲ ::- ବିଶ୍ଵର ସମଗ୍ର ସାହିତ୍ୟର ଅନ୍ତୁଡ଼ିଶାଳ ହେଉଛି ଗାଁ । ଏଇ ଗାଆଁ ର କବି ଏଇ ମାଟିର କବି ସାରଳା ଦାସ ଓଡ଼ିଆ ଭାଷା ରେ ମହାଭାରତ ରଚନା କରିଥିବାରୁ ତାଙ୍କୁ ଏ ମାଟିର ମହାକବି ବୋଲି କୁହାଯାଇଛି । ପଲ୍ଲୀକବି ନନ୍ଦ କିଶୋର ବଳ ଓ କବି ସଚ୍ଚିରାଉତରାୟ ଙ୍କ ପଲ୍ଲୀଶ୍ରୀ କବିତା ରେ ଥିବା ଛୋଟ ମୋର ଗାଁଆଟି ଆଦି ରେ ଅନୁପ୍ରାଣିତ ହୋଇ, ଝଙ୍କଡରତ୍ନ ଗୋଲୋକ ବିହାରୀ ପଳାଇ ଙ୍କ ଦ୍ଵାରା ପଚସ୍ତରି ଟି ଗ୍ରାମ୍ୟ କବିତା ର ଏକ ସଙ୍କଳନ କରାଯାଇଛି ବୋଲି, ଗତ ରବିବାର ଦିନ ପୂର୍ବାହ୍ନରେ, ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ଗରମ ପଞ୍ଚାୟତ ଅଧିନ ଅଲାଣl ଗ୍ରାମରେ ଆୟୋଜିତ ଏଇ ମୋ ଗାଆଁ ର ଲୋକାର୍ପଣ ଉତ୍ସବ ରେ ଯୋଗଦେଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ସାରସ୍ୱତ ସାଧକ ମାନେ ମତବ୍ୟକ୍ତ କରିଅଛନ୍ତି। ନେତାଜୀ ସାଂସ୍କୃତିକ ଯୁବ ପରିଷଦ ଓ ସତ୍ୟ ନାରାୟଣ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂସଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶୁଭଉନ୍ମୋଚନ,ଆଲୋଚନା ସାରସ୍ୱତ ସମାରୋହ ରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡଃ ବୈଷ୍ଣବ ସାମଲ ଯୋଗଦେଇ ଥିଲାବେଳେ ମୁଖ୍ୟବକ୍ତା ଡଃ ନାରାୟଣ ପଣ୍ଡା ଓ ଆଲୋଚକ ଭାବେ ଡଃ ପ୍ରତିଭା ମହାରଥୀ, ଗାୟକ ଗୌରବ ରଜନୀକାନ୍ତ ପୃଷ୍ଟି , ନବକାକଳୀ ର ସମ୍ପାଦକ ଡଃ ସୁରେନ୍ଦ୍ରନାଥ ତ୍ରିପାଠୀ , ଅଧ୍ୟାପକ ବାଗ୍ମୀ ଉମାକାନ୍ତ ନାୟକ, ଅଧ୍ୟାପିକା ବିଷ୍ନୁପ୍ରିୟା ଦାଶ ପ୍ରମୁଖ , ଲୋକାର୍ପିତ ଗ୍ରନ୍ଥ ଏଇ ମୋ ଗାଆଁ ର ବିଭିନ୍ନ କବିତାର ସମୀକ୍ଷା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପଣ୍ତିତ ବାସବ ନନ୍ଦ ସ୍ବାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧ୍ୟାପିକା ଡଃ ବିଷ୍ଣୁପ୍ରିୟା ଦାଶ ମୁଖ୍ୟ ସଞ୍ଚଳିକl ଭାବରେ ଅଂଶ ଗ୍ରହଣ କରିଥିଲେ। ଯୁବ ପରିଷଦ ତରଫରୁ ନିରଞ୍ଜନ କୁଁଅର ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ରମାକାନ୍ତ ସାହୁ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିଲେ। ତେବେ ଗ୍ରନ୍ଥ ଉନ୍ମୋଚନ ପୁର୍ବରୁ କବିତା ପାଠୋତ୍ସବ ରେ ଅଂଶ ଗ୍ରହଣ କରିଥିବା କବି କବୟିତ୍ରୀ ଙ୍କ ସମେତ କେତେକ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚାସିନ ସମସ୍ତ ଅତିଥି ମାନଙ୍କୁ ଆନୁଷ୍ଠାନିକ ଭାବେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ମଧ୍ୟ ସେମାନଙ୍କୁ ମାଆ ସାରଳା ଠାକୁରାଣୀ ଙ୍କ ଉତ୍ତରୀୟ ଓ ପ୍ରସାଦ ଅର୍ପଣ କରିଥିଲେ । ଏହି ଅବସରରେ ମଞ୍ଚ ପରିଚାଳନା ରେ ସୁଶ୍ରୀ ପାଏଲ୍ ମଣ୍ଡଳ ଓ ମିନର୍ଭl ମହାନ୍ତି ସହଯୋଗ କରିଥିବା ବେଳେ, ଗରାମ ସରପଞ୍ଚ ପ୍ରଦ୍ଵିମ୍ନ ଚଇନି, ଉତ୍କଳ ସାହିତ୍ୟ ସମାଜ ର ଉପସଭାପତି ଜିବନାନନ୍ଦ୍ ଅଧିକାରୀ , ଡଃ ବସନ୍ତମଞ୍ଜରୀ ଦାସ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ଝଙ୍କଡ଼କନ୍ୟା ସବିତା ନାୟକ , ରବିନାରାୟଣ ପଣ୍ଡା, ପଣ୍ତିତ ନାଗୁ ଚରଣ ଦେବତା, ହେମନ୍ତ କୁମାର ନାୟକ, ଗୋଲାପରାଣୀ ସାହୁ ଡ଼ଃ ଆରତୀ ତ୍ରିପାଠୀ , ଝୁଲାରାମ ଦାସ ପ୍ରମୁଖ ଙ୍କୁ ମଧ୍ୟ ମାନପତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!