ଷଡଙ୍ଗ ଠାରେ ଅନ୍ତର୍ଜାତୀୟ ଯୋଗ ଦୀବସ ପାଳିତ

ହାଟଡିହି ତା ୨୨/୦୬(ମନମୋହନ ନାୟକ) : କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ଷଡଙ୍ଗ ଗ୍ରାମ ରେ ଆଞ୍ଚଳିକ ବିଜେପି କାର୍ଯାଳୟ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଅଛି।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ଝାନ୍ସୀ ରାଣୀ ଦାସ ଆନୁଷ୍ଟାନିକ ଭାବେ ଉଦ୍ଘାଟନ କରିଥିଲେ।ଯୋଗ ଗୁରୁ ବୃନ୍ଦାବନ ବେହେରା,ପ୍ରେମା ରଞ୍ଜନ ମିଶ୍ର,ରବିନ୍ଦ୍ର ନାୟକ,କମଳ ଲୋଚନ ଯେନା,ଯୋଗ ଗୁର ମୋନାଲିସା ଦାସ,ପ୍ରମୁଖ ଯୋଗ ଦେଇ ସୁସ୍ଥ ଶରୀର ପାଇଁ ଯୋଗର ଆବଶ୍ୟକତା ଉପରେ ମାର୍ଗ ଦର୍ଶନ କରିଥିଲେ। ପ୍ରତ୍ୟକ ଦିନ ଆମେ ଯୋଗ କଲେ ଶରୀର ନିରୋଗ ରହିବା ସହିତ ସୁସ୍ଥ ସମାଜ ଗଠନ ଦିଗରେ ଯୋଗ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳରେ ବହୁ ପୁରୁଷ ମହିଳା ଛାତ୍ର ଓ ଛାତ୍ରୀ ଯୋଗ ଦେଇ ଆଗ୍ରହ ସହ ଯୋଗ ଶିକ୍ଷା ଲାଭ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ମାଆ ପାଇଁ ଗଛ ଟିଏ ସ୍ଲୋଗନ ଦେଇ ଆଞ୍ଚଳିକ ବିଜେପି କାର୍ଯାଳୟ କର୍ମୀ ଙ୍କ ମିଳିତ ସହଯୋଗ ଓ ଝାନ୍ସୀ ରାଣୀ ଦାସ ଙ୍କ କରକମଳରେ ଗ୍ରାମର ବୃକ୍ଷ ରୋପଣ କରାଯାଇଥି୍ଲା।
