July 1, 2024

ବୁଗୁଡ଼ାରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ

Share


ବୁଗୁଡ଼ା : ତା ୨୨/୦୬/୨୪ : ସ୍ନାନୀୟ ବଳଦେବ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏ ଅବସରରେ ପ୍ରାତଃ କାଳରେ ଠାକୁରଙ୍କ ଅବକାଶ, ମଙ୍ଗଳ ଆଳତି, ମଇଲମ, ତଡପଲାଗି ଆଦି କାର୍ଯ୍ୟକ୍ରମ ସାଙ୍ଗକୁ ଶ୍ରୀ ବିରଞ୍ଚି ନାରାୟଣ ମଠାଧୀଶ ଭକ୍ତରାମ ଦାସଙ୍କ ଦ୍ବାରା ଛେରା ପହଁରା ସହ ଠାକୁରଙ୍କ ପହଣ୍ଡିବିଜେ କରି ଦେବସ୍ନାନ ମଣ୍ଡପକୁ ନିଆଯାଇଥିଲା । ସେଠାରେ ପୁରୁଷୋସିତ ମନ୍ତ୍ରରେ ସ୍ନାନ ବିଧି ସମ୍ପନ୍ନ ପରେ ଠାକୁର ଗଜାନନ ବେଶ ଧାରଣ କରିଥିଲେ। ଏହା ପରେ ୧୦୮ ଆଳତି ନୀତି,ପୂଜାପାଠ ଓ ସଙ୍କୁଡି ଭୋଗ କାର୍ଯ୍ୟକ୍ରମ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ପରେ ତିନି ଠାକୁର ଅଣସର ଘରକୁ ବିଜେ କରିଥିଲେ । ପୂଜକ
ଦିନବନ୍ଧୁ ପାଣି, ଦୁଃଖା ପାଣି, ସୁରେଶ ଚନ୍ଦ୍ର ପଣ୍ଡା , ହରିହର ପଣ୍ଡା, ଦେବେନ୍ଦ୍ର ପାଣି,ଅଶୋକ କୁମାର ପାଣି, ଅରୁଣ ପାଣି , ଦୁର୍ଗା ମାଧବ ପାଣି , ଶ୍ଯାମ ସୁନ୍ଦର ପାଣି , ରବିନ୍ଦ୍ର ପାଣି ,
ପ୍ରମୁଖ ପୂଜାପାଠ କାର୍ଯ୍ୟ ସମ୍ପାଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଶରତ ଚନ୍ଦ୍ର ମହାରଣା ପରିଚାଳନା କରିଥିବା ବେଳେ ଜଗନ୍ନାଥ ଅର୍ଥକ ଯୁବକ ସଂଘର ସଦସ୍ୟଗଣ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ଠାକୁରଙ୍କ ୧୦୮ ଜଳଲାଗି ଏବଂ ଗଜାନନ ବେଶ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖ‌ିବାକୁ ମିଳିଥିଲା ।

You may have missed