March 10, 2026

ବାଲିପଦର ବରିଷ୍ଠ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ

IMG-20230622-WA0003
Share

ବାଲିପଦର ବରିଷ୍ଠ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ
ବୁଗୁଡା : ତା ୨୨/୦୬/୨୩ : ବୁଗୁଡ଼ା ବ୍ଲକ ବାଲିପଦର ବରିଷ୍ଠ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଗଠନର
ଉପସଭାପତି ମାଧବ ଚନ୍ଦ୍ର ଭୋଳଙ୍କ ସଭାପତିତ୍ବରେ
ଅନୁଷ୍ଠିତ ସାଧାରଣ ବୈଠକ ଅବସରରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ସଂପାଦକୀୟ ବିବରଣୀ ପଠନ ଏବଂ କୋଷାଧ୍ୟକ୍ଷ ମଙ୍ଗୁଳି ପାତ୍ର ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲା ବେଳେ ବରିଷ୍ଠ ନାଗରିକ ମଞ୍ଚର ନିର୍ମାଣାଧୀନ ଗୃହର ସମ୍ପୂର୍ଣ୍ଣତା ପାଇଁ ସମସ୍ତ ସଭ୍ୟ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ଘୋଷଣା କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ସଭାପତି କେ.କୃଷ୍ଣମୂର୍ତ୍ତି ଆଚାରୀଙ୍କ ଅକାଳ ବିୟୋଗ
ଯୋଗୁଁ ପ୍ରଚଳିତ କାର୍ଯ୍ୟକାରୀ କମିଟିକୁ ଭଙ୍ଗ କରି ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ମହାନ୍ତିଙ୍କ ତତ୍ତ୍ବାବଧାନରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ନୂତନ କମିଟିର ସଭାପତି ଭାବେ ବିପ୍ର ଚରଣ ପାତ୍ର ନିର୍ବାଚିତ ହୋଇଥିଲା ବେଳେ ମାଧବ ଚନ୍ଦ୍ର ଭୋଳ-ଉପସଭାପତି , ପ୍ରକାଶ ଚନ୍ଦ୍ର ରଥ – ସମ୍ପାଦକ , ପି.କ୍ରିଷ୍ଣା ରାଓ ଦୋରା – ସହସମ୍ପାଦକ , ମଙ୍ଗୁଳି ପାତ୍ର – କୋଷାଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଉପଦେଷ୍ଟା ଭାବେ
ବିଶ୍ବନାଥ ରଣା, ବଂଶୀଧର ବିଷୋୟୀ ଓ ଦ୍ବିତୀକୃଷ୍ଣ ବିଶ୍ବାଳ ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ନରସିଂହ ପାତ୍ର, ରାଜ ଗୋପାଳ ନାୟକ, ଧ୍ରୁବ ଚରଣ ପାଣିଗ୍ରାହୀ, ସନ୍ତୋଷ କୁମାର ଘଡେଇ, ଲକ୍ଷ୍ମଣ କୁମାର ଜେନା, କବିରାଜ ପରିଡ଼ା, ପ୍ରଫୁଲ୍ଲ କୁମାର ସାମନ୍ତରାୟ ନିର୍ବାଚିତ ହୋଇଥିଲେ ।