ଝରଣା ଘାଟି ରେ କାର ବାଇକ ଧକ୍କା ବାଇକ ଚାଳକ ସାହାବାଜ ଙ୍କ ମୃତ୍ୟୁ ,ଜିତୁନ ଗୁରୁତର

ବାଲେଶ୍ଵର : କାର୍ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ। ସୂଚନା ଅନୁସାରେ ଗତ କାଲି ମଙ୍ଗଳବାର ସନ୍ଧ୍ୟାରେ ଉଦଳା ରୁ କାମ ସାରି ପୁଲବଜାର ଘରକୁ ଆସୁଥିବା ଶେଖ ସାହାବାଜ୍ କାଦ୍ରୀ(୨୬) ଓ ପାଚୁଡିଆ ଗ୍ରାମର ଜିତୁନ ବେହେରା ହିରୋ ମୋଟର୍ସ ଓଡି ୦୧ଏକ୍ୟୁ -୧୦୪୯ କୁ ଝରଣା ଘାଟି ରାସ୍ତାରେ ବାଲେଶ୍ଵର ପଟୁ ଯାଉଥିବା ଓଡି ୦୧ଏସ ୨୬୪୩ ହୋଣ୍ଡା ଇଓନ୍ କାର ଦୃତ ଗତି ରେ ଆସି ଧକ୍କା ଦେଇଥିଲା ବୋଲି ବରହମପୁର ଥାନରେ ଅଭିଯୋଗ ହୋଇଛି। ଫଳରେ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ରାଜ ବରହମପୁର ନିକଟସ୍ଥ ଉଦଳା ସରକାରୀ ହସ୍ପିଟାଲ ଓ ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସାହାବାଜ୍ ଙ୍କୁ ଓ ଜିତୁନ୍ କୁ କଟକ ବଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ବୁଧବାର ଭୋର୍ ସମୟ ରେ ସାହାବାଜ୍ ଙ୍କ ମୃତ୍ୟ ଘଟିଥିବା ବେଳେ ଜିତୁନ ଙ୍କ ଚେତା ଫେରି ନାହି ବୋଲି ଜଣାପଡ଼ିଛି। ବୁଧବାର ଅପରାହ୍ନରେ ଭୁବନେଶ୍ଵର ର କ୍ୟାପିଟାଲ ହସପିଟାଲରେ ସାହାବାଜଙ୍କ ଶବ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଘଟଣା ସ୍ଥଳରେ ବରହମପୁର ଥାନା ପୋଲିସ କାର ଓ ବାଇକ କୁ ଜବତ କରିଥିବା ବେଳେ କାର ଡ୍ରାଇଭର କୁ ଅଟକ ରଖି ପଚରା ଉଚୁରା କରିଛି । ତେବେ ସାହାବାଜଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।