March 10, 2026

ଅପରେସନ ସିନ୍ଦୂରର ସଫଳତା ପାଇଁ ସାହାରପଡାରେ ଅନୁଷ୍ଠିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା

IMG-20250522-WA0034
Share

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ଅପରେସନ ସିନ୍ଦୂରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରୁ ବାହାରି ମୁଖ୍ୟ ବଜାର, ସ୍ବର୍ବେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଏବଂ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଜାତୀୟ ପତାକା ଦେଖାଇ ଏହି ପରାକ୍ରମ ଶୋଭାଯାତ୍ରାର ଶୁଭଉଦଘାଟନ କରିଥିଲେ ।

 

ଅଖିଳ ଚନ୍ଦ୍ର ନାଏକ ପରାକ୍ରମର ଏହି ଶୋଭାଯାତ୍ରା ଦେଶର ସୀମାନ୍ତରେ ଲଢ଼ୁଥିବା ଜାଗ୍ରତ ପ୍ରହରୀ ଭାରତୀୟ ସେନାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି କହିଥିଲେ । ଦେଶଭକ୍ତିର ଭାବନାରେ ଉଦବୁଦ୍ଧ ହୋଇ ପ୍ରତ୍ୟେକ ଜନ ସାଧାରଣ ଏଥିରେ ଭାଗ ନେବା ପାଇଁ ସେ ଉତ୍ସାହିତ କରିଥିଲେ।

 

ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ସାହାରପଡା ବିଜେପି ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ଭାରତୀୟ ଜନତା ପାର୍ଟିର ଶତାଧୂକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ସାହାରପଡା ମଣ୍ଡଳ ସଭାପତି ବୁଲୁ ବାରିକ, ଉଦୟପୁର ମଣ୍ଡଳ ସଭାପତି ନରହରି ମହାନ୍ତ, ସାଂସଦ ପ୍ରତିନିଧି ସୁଦର୍ଶନ ମହାନ୍ତ, ବିଧାୟକ ପ୍ରତିନିଧି ନରେନ୍ଦ୍ର ମହାନ୍ତ, ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷ୍ୟ ଗୌତମ ନାଏକ, ଅବସର ପ୍ରାପ୍ତ ଶିକ୍ଷକ ଦୟାନିଧି ମହାନ୍ତ,ସାହାରପଡା ସେନାବାହିନୀ ସଭାପତି ଉପେନ୍ଦ୍ର ମହାନ୍ତ, ସମ୍ପାଦକ ନାରାୟଣ ବାରିକ, ପ୍ରେମାନନ୍ଦ ମହାନ୍ତ, ସ୍ୱରୂପ କୁମାର ମହାନ୍ତ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତ, ଚତୁର୍ଭୁଜ ମହାନ୍ତ ଙ୍କ ସମେତ ସାହାରପଡା ଏବଂ ପାଟଣା ବ୍ଲକ ରୁ ୫୦ ଜଣ ସେନା ବାହିନୀରୁ ଅବସର ନେଇଥିବା ସଦସ୍ୟ ମାନେ ଉପସ୍ଥିତ ହୋଇଥିଲେ l