ଉମରକୋଟ ବ୍ଲକ ଅନ୍ତର୍ଗତ ବେନରା ଗ୍ରାମ ର ବନ ସିଂ ହରିଜନ ଦାଦନ ଖଟିବାକୁ ଯାଇ ବିଶାଖାପାଟଣା ରେ ଶ୍ରମିକ ନିଖୋଜ……..
ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବ୍ଲକ ଅନ୍ତର୍ଗତ ବେନରା ଗ୍ରାମ ର ଜଣେ ଶ୍ରମିକ ଦାଦନ ଖଟିବାକୁ ବିଶାଖାପାଟଣା କୁ ଦାଦନ ଖଟିବାକୁ ଯାଇ ୪ ଦିନ ହେଲା ନିଖୋଜ ହେଇ ଯାଇଥିବାରୁ ପରିବାର ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି। ଶ୍ରମିକ ଙ୍କ ନା ବନ ସିଂ ହରିଜନ ବୟସ ୫୫ । ବନ ସିଂ ଙ୍କ ପୁଅ ଗୁରୁବାରୁ ହରିଜନ ଙ୍କ କହିବା ହେଲା ଘରେ କାହାକୁ କିଛି ନ ଜଣାଇ ବନ ସିଂ ଶୁକ୍ରବାର ସନ୍ଧ୍ୟାରେ ବିଶାଖାପାଟଣା ଯାଇଥିଲେ ଓ ଶନିବାର ସକାଳେ ସେଠାର ପହଞ୍ଚି ଥିଲା। ମାଲକାନଗିରି ର ଜଣେ ଦଲାଲ ର ପ୍ରଲୋଭନ ରେ ପ୍ରଲୋଭିତ ହେଇ ବିଶାଖାପାଟଣା ର କୌଣସି ବିଲଡିଂ ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ ଯୋଗ ଦେଇଥିଲେ। ତେବେ ରବିବାର ସକାଳ ୪ ଟା ସମୟ ରେ ବନ ସିଂ ଝାଡ଼ା ଯିବି କହି କେମ୍ପ କୁ ଫେରି ନ ଥିଲେ। ତେବେ ଅନ୍ୟ ଶ୍ରମିକ ମାନେ ସେଠାରେ ବହୁ ଖୋଜାଖୋଜି କରିବା ପରେ ବି ବନ ସିଂ ଙ୍କ କୌଣସି ପତା ମିଳି ପାରିନଥିଲା। ତେବେ ବନ ସିଂ ସହ ଯାଇଥିବା ଅନ୍ୟ ଜଣେ ଶ୍ରମିକ ପୁଅ ଗୁରୁବାରୁ କୁ ଫୋନ୍ କରି
ବାପା ନିଖୋଜ ଥିବା ସୂଚନା ପ୍ରଦାନ କରିଥିଲେ। ବାପାଙ୍କୁ ଖୋଜିବା ପାଇଁ
ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି।
