ଅନ୍ଧ ବିଶ୍ୱାସ ର ଆଁ ରେ ରାୟଗଡା ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ପୁଲିସ କୁ ବି ଛାଡିଲେନି ପଦ୍ମପୁର ଥାନା ଅଧିକାରୀ ଗୁରୁତର

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପଦ୍ମପୁର ହାଟପଦା ଠାରେ ଗତକାଲି ରାତିରେ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡି ସନ୍ଦେହରେ ଜଣକୁ ସଙ୍ଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକ ହେଲେ ଭୈରବ ସାହୁ । ପଦ୍ମପୁର ଥାନା ପଛପଟ ରେ ଥିବା ହାଟପଦା ଠାରେ ଗଣ୍ଡଗୋଳ ଓ ଆକ୍ରମଣ ଚାଲିଥିବା ପଦ୍ମପୁର ପୁଲିସ ଖବର ପାଇ ସେଠାକୁ ଯାଇଥିଲା । ପୁଲିସ ବୁଝାସୁଝା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନ ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସହ ୭ ଟି ଷ୍ଟିଚ ପଡିଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ ୨୬ ରୁ ଉର୍ଦ୍ଧ୍ବ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଏବେବି ଏହି ଜିଲ୍ଲାରେ ଅନ୍ଧ ବିଶ୍ୱାସ ରାଜୁତି କରି ଚାଲିଛି । ଯାହା ଫଳରେ ଅନେକ ନିରୀହ ଲୋକଙ୍କ ଜୀବନ ଯାଉଛି ।