April 23, 2025

ପୁରୀ ରେ ସମ୍ମାନିତ ହେଲେ ଜୟପୁର ଦୁଇଟି ଝିଅ ..

Share

ପୁରୀରେ ଓଡ଼ିଶୀ ନୃତ୍ୟ ପରବେଷଣ କରି ସମ୍ମାନୀତ ହୋଇଛନ୍ତି ଦୁଇ ଜଣ ଜୟପୁର ର ଝିଅ। ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ଵବିଦ୍ୟାଳୟ ଠାରେ ଆୟୋଜିତ ଓଡ଼ିଶା ଫେଷ୍ଟିଭାଲ ରେ ନୃତ୍ୟ ପରିବେଷଣ କରିବା ସହ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଜୟପୁର ସହର ପାଇଁ ଗୌରବ ଆଣିଛନ୍ତି। ଜୟପୁର ସହର ର ଅଶୋକ ମିଶ୍ର ଓ ସୁନୀତା ମିଶ୍ରଙ୍କ ଝିଅ ତଥା ସେଣ୍ଟ ଜାଭିୟର ସ୍କୁଲ୍ ର ଛାତ୍ର ସୁମେଧା ମିଶ୍ର (୧୩) ଓଡ଼ିଶୀ ନୃତ୍ୟରେ ଭାଗ ନେଇ ଏଥିରେ ସେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିଲେ। ସେହିପରି ରମାକାନ୍ତ ତ୍ରୀପାଠୀ ଙ୍କ ଝିଅ ତଥା ବିଜ୍ଞାନ ଏଣ୍ଟେରନେସନାଲ ସ୍କୁଲ୍ ର ଛାତ୍ରୀ ଅର୍ପିତା ତ୍ରୀପାଠୀ (୧୨) ଓଡ଼ିଶା ଫେଷ୍ଟିଭାଲ ରେ ନୃତ୍ୟ ପରିବେଷଣ କରି କନିଷ୍ଟ ବର୍ଗରେ ସାରା ଓଡ଼ିଶାରେ ୧୦୦ ଜଣଙ୍କ ମଧ୍ୟରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଜୟପୁର ର ଦୁଇ ପ୍ରତିଭାବାନ ଓଡିଶୀ ନୃତ୍ୟଶିଳ୍ପୀ ସୁମେଧା ଓ ଅର୍ପିତା ଙ୍କୁ ଗୁରୁ ସୁରେନ୍ଦ୍ର ପଣ୍ଡା ଙ୍କ ସମେତ ଉପସ୍ଥିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଗୁରୁ ବୀର କିଶ୍ୱର ପଟ୍ଟନାୟକ ଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷଗ୍ରହଣ କରୁଛନ୍ତି। ଅର୍ପିତା ଓ ସୁମେଧା ଙ୍କ ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳିଛି । ( କୋରାପୁଟ ଗୁପ୍ତେଶ୍ୱର)

You may have missed