March 24, 2025

ପିସି ଲୋଭ ରେ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ହେଲା ଅଙ୍କା ବଙ୍କା!

Share

ପିସି ଲୋଭ ରେ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ହେଲା ଅଙ୍କା ବଙ୍କା!

ସରକାରଙ୍କ ମାଲ ଦରିଆ ମେ ଡାଲ।

ବାଲେଶ୍ବର ( ଦେବାଶିଷ ଦାଶ )

କଥାରେ ଅଛି ସରକାରଙ୍କ ମାଲ ଦରିଆ ମେ ଡାଲ। ସରକାରଙ୍କ ସମ୍ପତି କୁ ଲୁଟିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ଇଚ୍ଛା ମୁତାବକ କାର୍ଯ୍ୟ କରୁଛନ୍ତି।ଯେଉଁ କାର୍ଯ୍ୟ ରେ

ଅଧିକ ପିସି ମିଳିବ ତା ଉପରେ ନଜର ରଖୁଛନ୍ତି।ତାହା ପୂର୍ତ୍ତ ବିଭାଗ କାର୍ଯ୍ୟ ରେ ପ୍ରତିଫଳନ ହୋଇଛି।ନୀଳଗିରି ପୂର୍ତ୍ତ ବିଭାଗ ଅଧିନରେ ଥିବା ସମସ୍ତ ପୂର୍ତ୍ତ ବିଭାଗ ରାସ୍ତା କିଭଳି ଡିମାର୍କକେଶନ ଓ ଏଷ୍ଟିମେଣ୍ଟ ହେଉଛି ତାହା ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହେବେ।

ଶେରଗଡ଼ ଠାରୁ ଝରଣାଘାଟି ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଟି ସିଧା ଥିବାବେଳେ ଏହି ରାସ୍ତା ମଧ୍ୟରେ ୨୮ ଗୋଟି ପୋଲ ଅଛି, ଏହି ରାସ୍ତା କୁ ପୂର୍ତ୍ତ ବିଭାଗ ଅଙ୍କା ବଙ୍କା କରି ନେଉଛି, ତର୍ତାରି ପୋଲ ଯାହାକି ରାସ୍ତା ର ମଧ୍ୟ ଭାଗରେ ଏବଂ ସଠିକ୍ ଢଙ୍ଗ ରେ ଥିବାବେଳେ ଦୀର୍ଘ ତିନିବର୍ଷ ଧରି ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହାକୁ ଦେଖିଲେ ରାସ୍ତା ଠାରୁ ମାତ୍ର ଶହେ ଫୁଟ ଦୂରରେ ତିଆରି ହେଉଛି, ଏହା ଦ୍ବାରା ପୋଲ ସହ ରାସ୍ତାଟିକୁ ସଂଯୋଗ କରିବା ପାଇଁ ଏକ କିମି ରାସ୍ତା ରୁ ଅଧିକ ନିର୍ମାଣ କରାଯାଉଥିବା ପରିଲକ୍ଷିତ ହୋଇଛି, ଯାହାକି ଏକୋ ଧନୁ ସଦୃଶ ଦୃଶ୍ୟମାନ ହେଉଛି।ଭାଲୁକୁପୋଷି ଛକ ଠାରୁ କିଛି ଦୂରରେ ସେହିଭଳି ଏକ ପୋଲ ମଧ୍ୟ ତିଆରି ଚାଲିଛି। ସଜନାଗଡ ବଡ଼ ପୋଲ ନିର୍ମାଣ ମଧ୍ୟ ସମାନ ଢାଞ୍ଚା ତିଆରି ରେ ବ୍ୟୟ ଅଧିକ ହେବା ସହ ମୋଟା ଅଙ୍କର ପିଶି ନେବା ସାର ହୋଇଛି। ଦୀର୍ଘ ପାଞ୍ଚବର୍ଷ ଧରି ପୋଲ କାମ ଚଳୁଥିଲେ ହେଁ, ଠିକାଦାର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ତାଙ୍କ ସହିତ ସଲା ସୁତୁରା ଚାଲିଛି। ଏଠାରେ ପ୍ରଶ୍ନ ଉଠେ ଯଦି ଏହି ତିନିଗୋଟି ପୋଲ କାମ ଆସନ୍ତା ଦୁଇ ତିନି ମାସ ମଧ୍ୟରେ ନ ସରେ, ତାହେଲେ ଶେରଗଡ଼- ଝରଣା ଘାଟି ରାସ୍ତା ଯେଉଁ ପ୍ରଶସ୍ତି କରଣ କାର୍ଯ୍ୟ ଚାଲିଛି ତାହା ସଂପୂର୍ଣ୍ଣ ହୋଇପାରିବ ନାହିଁ ବୋଲି କାର୍ଯ୍ୟ କରୁଥିବା ଠିକା ସଂସ୍ଥା ପକ୍ଷରୁ ପ୍ରକାଶ।

ଏଠାରେ ସୂଚନା ଥାଉ କି କେନ୍ଦ୍ର ସରକାର ବଙ୍କା ରାସ୍ତା କୁ ସଳଖ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ, ନୀଳଗିରି ପୂର୍ତ୍ତ ବିଭାଗ ଏକ ବିଚିତ୍ର ନୀତି ଆପଣାଇଥିବା କୁହା ଯାଉଛି। ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି।