March 22, 2025

୨୬ରେ ପ୍ରସାରିତ ହେବ ଦୂରଦର୍ଶନ ପ୍ରସ୍ତୁତି ନୂତନ ଶିକ୍ଷାନୀତି ଉପରେ ଆଧାରିତ ଆଲୋଚନା “ନୁଆଁ ଆଲୁଅ” 

Share

 

 

 

 

ସମ୍ବଲପୁର, ୨୨. ୦୩:ଜାତୀୟ ଶିକ୍ଷା ନୀତି -୨୦୨୦ ଉପରେ ସମ୍ବଲପୁର ଦୂରଦର୍ଶନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।ଚଳିତ ବର୍ଷ ଠାରୁ ପ୍ରଚଳିତ ହେବାକୁ ଥିବା ନୂତନ ଶିକ୍ଷାନୀତି ଉପରେ ଆଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ନୁଆଁ ଆଲୁଅ ” ଆଗାମୀ ୨୬ ତାରିଖ ବୁଧବାର ସକାଳ ଘ. ୦୯. ୩୦ ମିନିଟରେ ଡ଼ିଡ଼ି ଓଡ଼ିଆରେ ପ୍ରସାରିତ ହେବ।

 

ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା, ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ଓ ଏହା କିଭଳି ସମ୍ଭବ ହୋଇ ପାରିବ ସେହି ଗୁଣାତ୍ମକ କୌଶଳ ଓ କାର୍ଯ୍ୟାନ୍ଵୟନ ଉପରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।

 

 

ଆଲୋଚନାରେ ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ, ସମ୍ବଲପୁରର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷା ଗବେଷକ ଡ଼ଃ. ମୀନକେତନ ପାଠୀ ଓ ବୁଢାରଜା ସରକାରୀ ହାଇସ୍କୁଲ, ସମ୍ବଲପୁରର ପ୍ରାକ୍ତନ ସଂସ୍କୃତ ଶିକ୍ଷକ ହରି ନାରାୟଣ ପଣ୍ଡା “ନୁଆଁ ଆଲୁଅ”ର ବିଭିନ୍ନ ଦିଗରେ ଆଲୋଚନା କରିଛନ୍ତି।ଏହାକୁ ଡାକ୍ତର ରାଜାରାମ ଷଡ଼ଙ୍ଗୀ ସଂଯୋଜନା କରିଛନ୍ତି। ଏଠାରେ ସୂଚନା ଯୋଗ୍ୟଯେ ୨୦୦୪ ମସିହାରେ ବଣ୍ଡା ପ୍ରି ମେଟ୍ରିକ କୋଚିଙ୍ଗ ର ସଂଯୋଜକ ରହି ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ କାଳୀନ ୯ ଶିକ୍ଷାର୍ଥୀ ମେଟ୍ରିକରେ ସଫଳତା ହାସଲ କରାଇବାରେ ଡାକ୍ତର ଷଡ଼ଙ୍ଗୀଙ୍କ ପ୍ରମୁଖ ଭୂମିକା ରହିଥିଲା।ଏହି ସଫଳତାକୁ ନେଇ ସେ ମାଲକାନଗିରି ଜିଲ୍ଲା ଡିପିଇପି/ଏସଏସଏ ର ଆଦିବାସୀ/ଜନଜାତି ଶିକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରି ୨୦୦୭ ମସିହାରେ ସ୍ବେଚ୍ଛାକୃତ ଭାବେ ଚାକିରୀ ଛାଡି ସମାଜସେବାରେ ନିବୃତ ରହି ଆସିଛନ୍ତି।

You may have missed