ଅସହାୟ ଅଂଶୁମାନ ପାଇଁ ସହାୟତାର ହାତ ବଢ଼େଇଲେ ସ୍ବେଚ୍ଛାସେବୀ ସଙ୍ଗଠନ ।

ତିର୍ତୋଲ ତା ୨୧/୦୩/୨୦୨୫
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ସଅଁରା ପଞ୍ଚାୟତର ସଂକେତପାଟଣା ଗ୍ରାମର ମାତ୍ର ୧୨ ବର୍ଷର ଶିଶୁପୁତ୍ର ଅଂଶୁମାନ ମହାନ୍ତି ୭ବର୍ଷ ତଳେ ନିଜର ମାଆ ନିଳୀମା ମହାନ୍ତି ଙ୍କୁ ହରାଇଥିଲେ । ଗତ ମଙ୍ଗଳବାର ଦିନ ବାପା ସୁଧୀର କୁମାର ମହାନ୍ତି ମଧ୍ୟ ଇହଲୀଳା ତ୍ୟାଗ କରି ଚାଲିଗଲେ । ଘରେ ଏବେ ଏକମାତ୍ର ଜେଜେବାପା ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ବର୍ଷ ବର୍ଷ ଧରି ଶଯ୍ୟାଶାୟୀ । ଏ ସମ୍ପର୍କିତ ନିୟୁଜ ଉପାନ୍ତ ଖବର ରେ ପ୍ରକାଶ ପାଇବାପରେ ଜଗତସିଂହପୁର ଜିଲ୍ଲାର ଆଶୀର୍ବାଦ ସେବା ସଙ୍ଗଠନ ର ସଭାପତି ଜଗନ୍ନାଥ ବେହେରା ଙ୍କ ସମେତ ଜୟରାମ ସ୍ୱାଇଁ, ସନ୍ତୋଷ କରଣ , ପ୍ରଦୀପ୍ତ ମହାରଣା, ନିର୍ଦ୍ଦେଶକ ବିକ୍ରମ ଜେନା ପ୍ରମୁଖ, ବେସାହାରା ଅଂଶୁମାନଙ୍କ ଘରେ ପହଞ୍ଚି, ଚାଉଳ, ଡାଲି, ଚିନି, ବିସ୍କୁଟ ଆଦି କିଛି ଶୁଖିଲା ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଯୋଗାଯୋଗ କରିବା କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ନିହାର କୁମାର ମହାନ୍ତି, ନିରଞ୍ଜନ ସାହୁ , ଓ ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିଲେ । ତେବେ ଅଂଶୁମାନ ର ଉଚ୍ଚଶିକ୍ଷା ଲାଭ ସହିତ ଭବିଷ୍ୟତଗଠନ ପାଇଁ, ତିର୍ତ୍ତୋଲ ବ୍ଲକ ପ୍ରଶାସନ, ଜିଲ୍ଲାପ୍ରଶାସନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସହାୟତା ନିମନ୍ତେ ଆଗେଇ ଆସିବାକୁ ଗ୍ରାମବାସୀ ମାନେ ନିବେଦନ କରିଅଛନ୍ତି ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।