March 23, 2025

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ’: ମାନୁ ନାହାନ୍ତି ବିତରଣ କମ୍ପାନୀ, ଖରାଦିନେ ବିଦ୍ୟୁତ୍ କାଟ ଯୋଗୁଁ ଲୋକ ହସ୍ତସନ୍ତ*

Share

 

ମନ୍ତ୍ରୀ କହିଥିଲେ ଖରାଦିନେ ବିଦ୍ୟୁତ୍ କଟାଯିବ ନାହିଁ। ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଭାଗ ମାନୁନାହିଁ । ଦିନଦିନ ଧରି ଲୋକ ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଥିବା ବେଳେ କେତେକ ଜାଗାରେ ଚାଷଜମିକୁ ପାଣି ମାଡ଼ି ନପାରି ଫସଲ ନଷ୍ଟ ହୋଇଗଲାଣି ।

 

 

 

ମନ୍ତ୍ରୀ କହିଥିଲେ ଖରାଦିନେ ବିଦ୍ୟୁତ୍ କଟାଯିବ ନାହିଁ। ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଭାଗ ମାନୁନାହିଁ । ଦିନଦିନ ଧରି ଲୋକ ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଥିବା ବେଳେ କେତେକ ଜାଗାରେ ଚାଷଜମିକୁ ପାଣି ମାଡ଼ି ନପାରି ଫସଲ ନଷ୍ଟ ହୋଇଗଲାଣି ।

 

ମନ୍ତ୍ରୀ କହିଥିଲେ ଖରାଦିନେ ବିଦ୍ୟୁତ୍ କଟାଯିବ ନାହିଁ । ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଭାଗ ମାନୁନାହିଁ । ଦିନଦିନ ଧରି ଲୋକ ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଥିବା ବେଳେ କେତେକ ଜାଗାରେ ଚାଷଜମିକୁ ପାଣି ମାଡ଼ି ନପାରି ଫସଲ ନଷ୍ଟ ହୋଇଗଲାଣି ।

 

ସପ୍ତାହେ ହେଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଜଗନ୍ନାଥପୁର ହରିଜନସାହିର ଲୋକ ବିଦ୍ୟୁତ୍ ବିଲ୍ ଦେଇ ପାରି ନଥିବାରୁ ଲାଇନ୍ କାଟି ଦେଇଛି ବିତରଣ କମ୍ପାନୀ । ଯାହାଫଳରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଅଭିଯୋଗ ଅନୁସାରେ, ଗାଁର ପ୍ରାୟ ସବୁଲୋକ ଦିନ ମଜୁରିଆ ହୋଇଥିବା ବେଳେ ସକ୍ଷମ ଅନୁସାରେ କିଛି ଟଙ୍କା ଦେଇ ବିଦ୍ୟୁତ୍ ନକାଟିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ବିତରଣ କମ୍ପାନୀର ଦାଉ ଯୋଗୁଁ ୩୦୦ ପରିବାର ସପ୍ତାହେ ହେଲା ଅନ୍ଧାରରେ ଅଛନ୍ତି ।

 

ସେପଟେ ନବରଙ୍ଗପୁର ଜିଲ୍ଲା ରାଇଘର ଉମରକୋଟ ଅଞ୍ଚଳରେ ଲୋ’ ଭୋଲଟେଜ ସମସ୍ୟା ଲାଗି ରହିଛି । ପ୍ରତିବାଦରେ ରାଇଘର- ଉମରକୋଟ ରାସ୍ତାକୁ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ବନ୍ଦ କରିଛନ୍ତି ଚାଷୀ । ଲୋ’ ଭୋଲଟେଜ୍ ଯୋଗୁଁ ଜମିକୁ ଜଳସେଚନ ନହେବା ଫଳରେ ମକା ଓ ପନିପରିବା ଫସଲ ନଷ୍ଟ ହୋଇଗଲାଣି । ଚାଷୀମାନେ ମକାଗଛ ଧରି ରାସ୍ତା ଅବରୋଧ ସହ ଧାରଣାରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ନିର୍ଦ୍ଦେଶ କଥାରେ ରହିଯାଉଛି ଅନ୍ୟପଟେ ଖରାଦିନେ ବିଦ୍ୟୁତ୍ କାଟ ଯୋଗୁଁ ଲୋକ ଦହଗଞ୍ଜ ହେଉଛନ୍ତି ।