November 21, 2024

ଭକ୍ତ ର ଭାବନା କୁ କୋଠାର ଘାତ ଏନ ଏ ସି ଜେଇ ଓ ଠିକାଦାର ମନମୁଖୀ କାର୍ଯ୍ୟ କଳାପ…

Share

 

 

ଗଞ୍ଜାମ :ଗଞ୍ଜାମ ସହରରେ ଆସନ୍ତା 21 ତାରିଖରୁ 25 ତାରିଖ ମଧ୍ୟରେ ଐତିହାସିକ ଦୋଳଯାତ୍ରା ଅନୁଷ୍ଠିତ ହେବ l ସେଥିପାଇଁ ସମଗ୍ର ସହର ଏକ ପ୍ରକାରଚଳ ଚଞ୍ଚଳ ହୋଇଉଠିଛି l ଯାତ୍ରା ପାଇଁ ସାହି ବାସୀଙ୍କ ପ୍ରସ୍ତୁତି ଜୋର ସୋର ଚାଲିଛି l ଅନ୍ୟ ପଟେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ 4ୱାର୍ଡ ରଘୁନାଥ ସାହିରେ ଡ୍ରେନ ଖୋଳା ହୋଇ ସାହିର ଦକ୍ଷିଣ ପାର୍ଶ୍ୱରେ ସମସ୍ତ ଙ୍କ ଘର ଆଗରେ ପ୍ରାୟ 4ଫୁଟ ର ଗଭୀର ଡ୍ରେନ ଖୋଳି ଘର ସମ୍ମୁଖରେ ମାଟି ଗଦା କରାଯାଇଥିବା ଦେଖିବାକୁ ମିଳିଛି l ଯାତ୍ରା ରହିଥିଲେ ସୁଦ୍ଧା ଘର ଆଗରୁ ମାଟି ବାହାର କରାଯାଉ ନାହିଁl ଯାହାକୁନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି l ବିଜ୍ଞାପିତ ଅଞ୍ଚଳ ପରିଷଦ ରଏଭଳି ଦାୟିତ୍ୱ ହୀନତା ଏବଂ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ବୋଲି ମତ ପ୍ରକାଶ ପାଉଛି l ସୂଚନା ଯୋଗ୍ୟ ଯେ ଏକାଦଶୀ ଓ ଦ୍ୱାଦଶୀ ଠାକୁର ସାହି ପରୀକ୍ରମା କରି ସମସ୍ତ ଙ୍କ ଦ୍ୱାର ଦ୍ୱାର ବୁଲି ଭୋଗ ଖାଇବା ର ପ୍ରଥା ଆବାହନା କାଳରୁ ଅଛି l ଫଳରେ ସହର ରେ ଐତିହାସିକ ଦୋଳ ଯାତ୍ରା ଭଳି ଉତ୍ସବ ରେ ସାହି ର ଏଭଳି ପରିସ୍ଥିତି ପାଇଁ ଲୋକଙ୍କ ମନରେ ବ୍ୟାଘାତ ସୃଷ୍ଟି ହେଉଛି l
ଅନ୍ୟପଟେ ପ୍ରତ୍ୟେକ ପରିବାର କୁ ବନ୍ଧୁ, ବାନ୍ଧବ ଙ୍କ ଗହଳି ଚହଳି ଲାଗିବ l ଯାତ୍ରା ସମୟରେ ଦିନ ଓ ରାତିରେ ଘରୁ ବାହାରକୁ ଯିବା ଆସିବା ଲାଗି ରହିବ l ଘର ସମ୍ମୁଖରେ ଗର୍ତ୍ତ ରହିବା ଏବଂ ତାହା ପାଇଁ ଘୋଡଣୀ କରାଯାଇଥିବାରୁ ଦୃଘଟଣା ଘଟିବାର ସମ୍ଭାବନା ରହିଛି l ତେଣୁ ଏନଏସି କର୍ତ୍ୟୁପକ୍ଷ ଦୋଳଯାତ୍ରା ସମୟରେ ଘର ସମ୍ମୁଖରେ ଡ୍ରେନ ଖୋଳା କାର୍ଯ୍ୟକୁ ଅଂଚଳବାସୀ ନାପସନ୍ଦ କରିଛନ୍ତି l ଏନେଇ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ଙ୍କୁ ଯୋଗ ଯୋଗ କରାଯାଇଥିଲା କିନ୍ତୁ ସେ ଫୋନ ରିସିଭ କରିନଥିଲେ l ଫଳରେ ତାଙ୍କର ପ୍ରତିକ୍ରିୟା ମିଳିଲା ନାହିଁ l( ପ୍ରଦୀପ କୁମାର ପଣ୍ଡା)