March 12, 2026

ଜନ୍ମ ଦିବସରେ ରକ୍ତ ଦାନ ଶିବିର : ୫୨ ୟୁନିଟ ରକ୍ତ ସଂଗ୍ରହ…

blood
Share

ଛତ୍ରପୁର,ଜନ୍ମ ଦିନ ଭଳି ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଦିବସକୁ ସ୍ମରଣୀୟ କରିବା ସହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଛତ୍ରପୁର ବ୍ଳକର ଅଗସ୍ତି ନୂଆଗାଁର ନାହାକ ପରିବାର। ସୁଶାନ୍ତ ନାହାକ ଓ ସୁମିତ୍ରା ନାହାକଙ୍କ ପୁତ୍ର ସମ୍ବିତର ୪ର୍ଥ ଜନ୍ମ ବାର୍ଷିକୀ ଅବସରରେ ପରିବାର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୫୨ ୟୁନିଟ ରକ୍ତ ସଂଗ୍ରହ କରି ବ୍ରହ୍ମପୁର ରକ୍ତ ଭଣ୍ଡାରକୁ ପ୍ରେରଣ କରାଯାଇଛି। ଗୁରୁବାର ପୂର୍ବାହ୍ନରେ ବ୍ରହ୍ମପୁର ବଡ ମେଡିକାଲ ପରିସରରେ ଥିବା ଓଡ଼ିଶା ରକ୍ତ ଭଣ୍ଡାରର ସହାୟତାରେ ଆୟୋଜିତ ଏହି ଶିବିରକୁ ଡାକ୍ତର ଆଶିଷ ପାତ୍ର, ଛତ୍ରପୁର ପ୍ରେସ କ୍ଲବର ସଭାପତି ରବିନ୍ଦ୍ର ପଣ୍ଡା ଓ ଉପସଭାପତି ସନ୍ତୋଷ ମିଶ୍ରଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ। ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକାରୀ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ ଓ ରୋଗୀ କଲ୍ୟାଣ ସମିତିର ସଦସ୍ଯା ଏସ ରେଖା ମହାନ୍ତି ଶିବିର ପରିଦର୍ଶନ କରିବା ସହ ଆୟୋଜକଙ୍କୁ ଏଭଳି ମହତ ଆୟୋଜନ ପାଇଁ ସାଧୁବାଦ ଜଣାଇ ଥିଲେ। ନାହାକ ପରିବାରର ଏହି ମହତ୍ କାର୍ଯ୍ୟକ୍ରମ ସାଧାରଣରେ ଖୁବ ପ୍ରଶଂସିତ ହୋଇଛି।(ଅରୁଣ କୁମାର ପଣ୍ଡା )