ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ୮୦ ୟୁନିଟ ରକ୍ତ ସଂଗ୍ରହ
ଗୁଣପୁର :୨୨.୦୩.୨୩- ](ସୁରେନ୍ଦ୍ର ମହାନ୍ତି )ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ ଏନ.ଭି. ଜେ.ରାଓ, ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି .ଶ୍ରୀନିବାସ ରାଓ , ସ୍କୁଲ ଅଫ ମ୍ୟାନେଜମେଣ୍ଟ ଡିନ ଡ. ଜଗଦୀଶ ଏମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ। ।ଏହି ଶିବିରକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନଶୁ ଶେଖର ରଥ, ଡ ଏସ ଏସ ପାଢ଼ୀ, ସୁନିଲ କୁମାର ବେବର୍ତ୍ତା,ଅଧ୍ୟାପକ ବାଣୀ ପ୍ରସାଦ ନାୟକ,ପ୍ରମୋଦ ରଂଜନ ପଣ୍ଡା, ଗୋପାଳ କୃଷ୍ଣ ମହାନ୍ତି, ବର୍ଷା ଦାସ, ଘନିଷ୍ଟା ପୃଷ୍ଟି,ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ ।ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ସ୍ୱାସ୍ଵତ ପରିଡ଼ା ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା , ଚନ୍ଦ୍ର ଶେଖର ପାତ୍ର, ରାଧାକାନ୍ତ ମହାନ୍ତି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହ ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।