ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ବଭାବ କବି ଗଙ୍ଗାଧର ମେହେର ଚିର ସ୍ମରଣୀୟ ହୋଇ ରହିବେ : ସାହିତି୍ୟକା କଲ୍ୟାଣୀ ସଂଘମିତ୍ରା
99ତମ ଶ୍ରାଦ୍ଧ ବାଷିର୍କୀ ପାଳିତ
ବ୍ରହ୍ମପୁର,22/3 : ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାଳଜୟୀ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଭଳି ବହୁ ସାହିତି୍ୟକ, କବିଙ୍କ ଲେଖନୀ ଚାଳନା ଯୋଗୁଁ ଆଜି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିପାରିଛି ବୋଲି ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ତଥା କୁକୁଡ଼ାଖଣ୍ଡି ତହସିଲଦାର ସାହିତି୍ୟକା କଲ୍ୟାଣୀ ସଙ୍ଘମିତ୍ରା ମତ ଦେଇଛନ୍ତି ଓଡ଼ିଶାର ସର୍ବପୁରାତନ ସାହିତ୍ୟ ସମ୍ବାଦପତ୍ର ନବୀନ ଅନୁଷ୍ଠାନ ବିଭିନ୍ନ କାଳଜୟୀ ଲେଖକଙ୍କୁ ସମ୍ମାନ ଓ ସ୍ମୃତିରକ୍ଷା ପାଇଁ ଉଦ୍ୟମ କରିବା ବିଷୟକୁ ସେ ପ୍ରଶଂସା କରି ଗଙ୍ଗାଧରଙ୍କ ସାହିତ୍ୟ କୃତିର ପ୍ରାସଙ୍ଗିକତା ଓ ଉପଯୋଗୀତା ଉପରେ ଉପାଦେୟ ବ୍ୟକ୍ତବ୍ୟ ରଖିଥିଲେ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ତଥା ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ 99ତମ ଶ୍ରାଦ୍ଧ ବାଷିର୍କୀ ସାହିତ୍ୟ ସମାରୋହରେ ମୁଖ୍ୟବକ୍ତା ଯୋଗ ଦେଇ ଓଡିଶାର ସ୍ବନାମଧନ୍ୟ କବି, ସାହିତି୍ୟକ, ବାଗ୍ମୀ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଗଙ୍ଗାଧରଙ୍କ ଜୀବନୀ ଓ ସୃଜନୀ ଉପରେ ବ୍ୟାପକ ଆଲୋକପାତ କରି ସ୍ବଭାବ କବି କିପରି ପ୍ରକୃତି ସଂସ୍କୃତିର ଜୟଗାନ କରିଛନ୍ତି ଏବଂ ସଂସ୍କାରିତ ଶାଳୀନ ଶୃଙ୍ଖଳିତ ସମାଜ ସଂଗଠନ ପାଇଁ ଆହ୍ବାନ ଦେଇଛନ୍ତି ବର୍ଣ୍ଣନା କରି ସଭାକୁ ମୁଗ୍ଧ ପ୍ରାଣମୟ କରିଥିଲେ ଅନ୍ୟତମ ସମ୍ମାନିତ ଅତିଥି ପ୍ରାକ୍ତନ ପ୍ରାଧ୍ୟାପକ ରମେଶ ଚରଣ ତ୍ରିପାଠୀ ମେହେରଙ୍କ ମହାନ କାବି୍ୟକ କୃତିକୁ ଭୂୟସୀ ପ୍ରଶଂସା କରିଥିଲେ ସମ୍ମାନିତ ଅତିଥି ଭାବେ ସମାଜସେବୀ ରାମକୃଷ୍ଣ ପାତ୍ର, ନବୀନ ସାହିତ୍ୟ ପ୍ରତିଷ୍ଠାନର ଉପଦେଷ୍ଟା ଡ଼. ଡ଼ମ୍ବରୁଧର ସାହୁ, ଯୋଗ ଦେଇଥିଲେ ଅଧ୍ୟାପକ ଗଞ୍ଜାମ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଲକ୍ଷ୍ମୀ ଚରଣ ପଣ୍ଡା କାଯର୍ୟକ୍ରମକୁ ସଂଯୋଜନା କରିବା ସହ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ବେଦ ପାଠ କରିଥିଲେ
ଅନ୍ୟମାନଙ୍କ ମଧ୍ୟରେ ବରପାଲିର କବି ତୁଳସୀ ରାମ ମେହେର, ନବୀନର ପ୍ରକାଶିକା ମଞ୍ଜୁ ରଥ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ବିଶ୍ବନାଥ ପଣ୍ଡା, ନମିତା ପଣ୍ଡା, ଶିକ୍ଷାବିତ୍ ଅଜିତ କୁମାର ସେଠୀ, ଅରୁଣ ମୋହନ ପାତ୍ର, ଗଙ୍ଗାପାଣି ସାହି, ଅବନ୍ତି ସାହୁ, କୃଷ୍ଣଚନ୍ଦ୍ର ପ୍ରଧାନ, ଡ଼. ସନ୍ତୋଷ କୁମାର ଦାଶ, ସାହିତି୍ୟକ ବଂଶୀଧର ସେଠୀ, ଶିକ୍ଷାବିତ୍ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସାହିତି୍ୟକ ପ୍ରମୋଦ କୁମାର ପଣ୍ଡା, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସୁନୀଲ ପ୍ରଧାନ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ବିଘ୍ନରାଜ ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ରବିନ୍ଦ୍ର ନାଥ ଆଚାଯର୍ୟ, ସାମ୍ବାଦିକ ରାକେଶ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି କବି ମେହେରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଅନୁଷ୍ଠାନର ସହଯୋଗୀ ଶିକ୍ଷାବିତ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ
(ରବି ରଥ)
ସଭାପତି