କୋଠୀ ପଞ୍ଚାୟତ ରେ ନୂତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟନ..

ପାରାଦୀପ(ଦେବାଶିଷ ପାଣି)ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ କୋଠୀ ପଞ୍ଚାୟତ ର ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଙ୍ଗଣରେ ବି ସି ଭରତ ଚନ୍ଦ୍ର ପରିଡ଼ା ଙ୍କ ନେତୃତ୍ୱରେ ନୂତନ ଇଣ୍ଡିଆନ୍ ବ୍ୟାଙ୍କ ର ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି।ଏହି ଗ୍ରାହକ ସେବା କେନ୍ଦ୍ର କୁ ମାଳୋହୁଙ୍କା ଇଣ୍ଡିଆନ ବ୍ୟାଙ୍କ ର ମ୍ୟାନେଜର ଅଜିତ କୁମର ସେଠୀ ଉଦ୍ଘାଟନ କରିଥିଲେ। ଏହି ଗ୍ରାହକ ସେବା କେନ୍ଦ୍ର ଖୋଲିବା ଦ୍ବାରା ଆଖ ପାଖ ଅଞ୍ଚଳରୁ ଲୋକ ମାନେ ନୂତନ ଖାତା ଖୋଲିବା,ଟଙ୍କା ଜମା ରଖିବା, ଟଙ୍କା ଉଠାଇବା ଓ ବିଭିନ୍ନ ପ୍ରକାରର ବିମା ସହ ସରକାରୀ ସ୍ତରରେ ଉପକୃତ ହେବେ ବୋଲି ସ୍ଥାନୀୟ ମୂରବୀ ଓ ଇଣ୍ଡିଆନ୍ ବ୍ୟାଙ୍କ ମ୍ୟାନେଜର ଅଜିତ କୁମର ସେଠୀ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ମିହିର ରଂଜନ ଦଳାଇ,ଅସ୍ମିତ୍ ରାଉତ,ଅଭୟ ପଣ୍ଡା, ସୁବ୍ରତ ରାଉତ,ତପୁ କୁମାର, ଜୟଦେବ ସ୍ଵାଇଁ ଓ କୋଠୀ ପଞ୍ଚାୟତ ର ମୂରବୀ ପ୍ରମୁଖ ଉପସ୍ଥିତ ଥିଲେ।