November 23, 2024
Share

ବ୍ରାହ୍ମଣୀଗାଁ ତା:୨୨/୦୨ କାଥଲିକ ଖ୍ରୀଷ୍ଟିଆନ ସଂପ୍ରଦାୟ ପକ୍ଷରୁ ଭସ୍ମ ବୁଧବାର ପାଳନ କରାଯାଇଛି। ଆଜିଠାରୁ ଗୁଡ଼ ଫ୍ରାଇ ଡେ ପର୍ଯ୍ୟନ୍ତ ଦୀର୍ଘ ଚାଳିଶ ଦିନ ଧରି ସମସ୍ତ କାଥଲିକ ମଣ୍ଡଳୀ ର ଖ୍ରୀଷ୍ଟ ବିଶ୍ୱାସୀ ମାନେ ମାଂସତ୍ୟାଗ,ଉପବାସ, ପ୍ରାର୍ଥନା ଓ ମନ ପରିବର୍ତ୍ତନ ଆଦି କାର୍ଯ୍ୟ ରେ ବ୍ରତୀ ରହିଥାନ୍ତି। ଏହି ଅବସରରେ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଚର୍ଚ୍ଚ ର ମୂଖ୍ୟ ଯାଜକ ରବି ସଭା ସୁନ୍ଦର ଙ୍କ ପୌରହିତ୍ୟ ରେ ପବିତ୍ର ଭସ୍ମ ବୁଧବାର ଉପଲକ୍ଷେ ଏକ ଦିବ୍ୟ ଯଜ୍ଞ ଅନୁଷ୍ଠାନ କରଯାଇ ସମସ୍ତ ରୀତିକାନ୍ତି ଅନୁଯାଇ ପ୍ରସ୍ତୁତ ହୋଇଥିବା ଭସ୍ମ କୁ ଆଶୀର୍ବାଦ କରି ବିଶ୍ବାସୀ ମାନଙ୍କ ମସ୍ତକରେ ଲେପ ପ୍ରଦାନ କରି କରିଥିଲେ ଏବଂ ବାଇବଲ ରୁ ପ୍ରଭୁଙ୍କ ବାକ୍ୟ ପରିବେଷଣ କରି “ଧୂଳିରୁ ଜାତ ମନୁଷ୍ୟ ଦିନେ ଧୂଳିରେ ଲିନ ହେବ ” ଏହି ପ୍ରସଙ୍ଗ କୁ ଭିତ୍ତି କରି ପାପ ପଥ ରୁ ମନ ପରିବର୍ତ୍ତନ କରି ସତ୍ ପଥ ଅନୁସରଣ କରିବା ସହ ଅନୂତପ୍ତ ହୃଦୟରେ ପ୍ରଭୁଙ୍କ ନିକଟକୁ ଫେରିବା ପାଇଁ ପରାମର୍ଶ ଦେଇଥିଲେ। ଅପରହ୍ନ ରେ ମଣ୍ଡଳୀ ବାସୀ ସ୍ଥାନୀୟ ଗୁମ୍ଫା ରେ ଏକତ୍ରିତ ହୋଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କୃଶ୍ୟ ମୃତ୍ୟୁ ଓ ଯାତନା କୁ ସ୍ମରଣ କରି କୃଶ୍ୟ ପଥ କରିଥିଲେ। କୃଶ୍ୟ ପଥ ପ୍ରାର୍ଥନା ସମୟରେ ସହକାରୀ ଯାଜକ କପିଳାସ ନାୟକ, ପ୍ରଚାରକ ରୋଜ ମୋହନ ନାୟକ ଓ ପ୍ରଚାରିକା କଲ୍ୟାଣୀ ସେନାପତି ପ୍ରାର୍ଥନା ପରିଚାଳନା କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)