April 12, 2025

ଅଗ୍ନିଶମ ଶ୍ରମ ବିଭାଗ ଜଳିଗଲ କୋଇଲା ବୋଝେଇ ଟ୍ରକ …

Share

 

ଗଞ୍ଜାମ :

16 ନମ୍ବର ଜାତୀୟ ରାଜପଥ ଉପରେ କୋଇଲା ବୋଝେଇ ଟ୍ରକ ହୁ ହୁ ହେଇ ଜଳୁଥିବା ମଙ୍ଗଳବାର ରାତ୍ରରେ ଦେଖିବାକୁ ମିଳିଛି l ଏହାଦେଖି ଲୋକ ମାନେ ଦମକଳ ବାହିନୀ କୁ ଖବର ଦେଇଥିଲେ l ଖଲ୍ଲିକୋଟ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ରେ ଲାଗିଥିବା ନିଆଁ କୁ ସମ୍ପୂର୍ଣ ଭାବେ ଲିଭାଇଥିଲେ l ଖବର ନେବାରେ ଜଣାପଡ଼ିଛି l ଟ୍ରକ ଟି କଟକ ରୁ ବ୍ରହ୍ମପୁର ଅଭିମୁଖେ ରାତ୍ର ସମୟରେ ଯାଉଥିବା ବେଳେ ଗାଡିଟି ର ଷ୍ଟାଟିଙ୍ଗ
ପ୍ରୋବ୍ଲେମ ଆସିଥିଲା l ଯାହାକୁ ନେଇ ଡ୍ରାଇଭର କେଶପୁର ରେ ଗାଡି ମରାମତି କରିବା ପରେ ବ୍ରହ୍ମପୁର ଅଭିମୁଖେ ଆସିଥିଲା l ସର୍ଟ ସର୍କିଟ ଯୋଗୁଁ ରମ୍ଭା ଠାରୁ 4 କିଲୋମିଟର ପୂର୍ବରୁ ଟ୍ରକଟିରେ ନିଆଁ ଲାଗିଯାଇଥିଲା l ଏହା ଡ୍ରାଇଭର ଓ ହେଲପର ଜାଣିବା ପରେ ଗାଡିଟିକୁ ରାସ୍ତା ପାର୍ଶ୍ୱରେ ରଖିଦେଇ ତୁରନ୍ତ ଓଲ୍ଲାଇ ପଡ଼ିଥିଲେ l
ଖଲ୍ଲିକୋଟ ଅଗ୍ନିଶମ ବିଭାଗ ର ଷ୍ଟେସନ ଅଫିସର ସୁଧାକର ନାୟକ ଙ୍କ ନେତୃତ୍ୱରେ ଏଲ ଏଫ ଏମ ସୁକାନ୍ତ ବେହେରା, ଫାୟର ମ୍ୟାନ ଯଶକେତନ ମହାନ୍ତି, ସଂଜିତ କୁମାର ସିଂ, ଲିଟନ କୁମାର ଜେନା, ସୁଶାନ୍ତ ଶେଖର ସାହୁ, ଡ୍ରାଇଭର ରଶ୍ମିକାନ୍ତ ବେହେରା ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ଟ୍ରକଟିରେ ଜଳ ସିଞ୍ଚନ କରି ନିଆଁ କୁ ଆୟତ କରିଥିଲେ l(ପ୍ରଦୀପ କୁମାର ପଣ୍ଡା)