March 12, 2026

ହିନ୍ଦୁ ଙ୍କ ଆସ୍ଥା ର ପ୍ରତୀକ ମନ୍ଦିର କୁ ମଧ୍ୟ ଛାଡୁ ନାହାନ୍ତି ଦୁବୁର୍ତ୍ତ

IMG-20251221-WA0001
Share

ଛତ୍ରପୁର ତା ୨୦/୧୨/୨୫(ଅରୁଣ କୁମାର ପଣ୍ଡା )ଚୋର ଙ୍କ ଟାର୍ଗେଟ ରେ ମନ୍ଦିର ଗୋଟିଏ ଦିନରେ ୪ଟି ମନ୍ଦିରରୁ ଚୋରୀ ଛତ୍ରପୁର ଥାନା ଅଧିନରେ ଚାରୋଟି ମନ୍ଦିର ରୁ ଚୋରି ଛତ୍ରପୁର ନୁଆଁ ପୋଲିସ ଲାଇନ ସ୍ଥିତ ସିରିଡି ସାଇ ମନ୍ଦିର ରୁ ରୁପା ମୁକୁଟ, ରୁପା ପାଦ ଚୋରି ହୋଇଥିବା ବେଳେ ଗଣେଷ ମନ୍ଦିର ରୁ ରୁପା ମୁକୁଟ ଚୋରି ହୋଇଛି ଓ

ସେହିପରି ବିରେଶ୍ୱର ମନ୍ଦିର ରୁ ରୂପା ନାଗ ମଧ୍ୟ୍ୟ ଚୋରି ହୋଇଥିବା ବେଳେ ଦୁର୍ଗା ମନ୍ଦିରରୁ ରୂପା ହାର ଚୋରି ହୋଇଛି।ମନ୍ଦିର ପୁଜାଳି ମାନେ ଆସିବା ପରେ ମନ୍ଦିର ତାଲା ଭଙ୍ଗା ହୋଇଥିବା ଦେଖି ମନ୍ଦିର କମିଟି କୁ ଖବର ଦେଇଥିଲେ ମନ୍ଦିର କମିଟି ସଭ୍ୟ ରାମକୃଷ୍ଣ ବେହେରା, ଭାଗିରଥି ବେହେରା, ରାଜୁ ପାତ୍ର, ବାଦଲ ପାଣ୍ଡୀ, ଶଙ୍କର ରେଡ୍ଡୀ ମାନେ ପହଂଚି ଛତ୍ରପୁର ଥାନାକୁ ଖବର ଦେଇଥିଲେ ଛତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଂଚି ସାଇଣ୍ଟିଫିକ ଟିମ ସହ ତଦନ୍ତ କରୁଛନ୍ତି ସେଠାରେ ଲାଗିଥିବା ସିସି ଟିଭି କୁ ଯାଞ୍ଚ କରୁଛି ପୋଲିସ।ମନ୍ଦିର କମିଟି ଙ୍କ କହିବା ଅନୁସାରେ ବିରେଶ୍ୱର ମନ୍ଦିର ରେ ପୂର୍ବରୁ ଦୁଇଥର ଚୋରି ହୋଇଥିଲା ବର୍ତ୍ତମାନ ଚୋର ମାନେ ବିରେଶ୍ୱର ମନ୍ଦିର ରେ ଲାଗିଥିବା ସି ସି ଟିଭି କୁ ଉପାଡି ନେଇଯାଇଛନ୍ତି ଯେଉଁ ରୁପା ନାଗ ଟି ନେଇଛନ୍ତି ତାହାର ଓଜନ ଦୁଇ କିଲୋ ରୁ ଅଧିକା ହେବ ଦୁର୍ଗା ମନ୍ଦିର ର ହାର କିରଟି, ସେହିଭଳି ପୋଲିସ ଲାଇନ ର ଗଣେଶ ମନ୍ଦିର ଓ ସାଇବାବା ଙ୍କ ମୂର୍ତ୍ତି ର କିରଟି ଓ ରୁପା ପାଦୁକା ନେଇଛନ୍ତି ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଂଚି ମନ୍ଦିର କମିଟି ଓ ସ୍ଥାନୀୟ ଲୋକ ଙ୍କ ସହ ଆଲୋଚନା କରିଥିଲେ ପୋଲିସ ଖୁବ ଶୀଘ୍ର ଏହି ଘଟଣା ରେ ସଫଳତା ପାଇବ ବୋଲି ଲୋକଙ୍କ ଆଶା ଅଛି।