December 22, 2024

ଅବ୍ୟବସ୍ଥା ମଧ୍ୟରେ ଖୋର୍ଦ୍ଧା ମହୋତ୍ସବ..

Share

   ଖୋର୍ଦ୍ଧା–:(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ର ପୁରାତନ ଅନୁଷ୍ଠାନ ନ୍ୟୁଥିଙ୍କିଙ୍ଗ ଫୋରମ ପକ୍ଷରୁ ଚଳିତ ଡ଼ିସେମ୍ବର -15 ତାରିଖ ରୁ 22 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଖୋର୍ଦ୍ଧା ମହୋତ୍ସବ ପ୍ରଥମ ଦିନରୁ ବିବାଦ ଦେଖାଦେଇଥିବା ବେଳେ, ଏବେ ଦେଖାଦେଇଛି ଲଘୁଚାପ ବର୍ଷା ଯୋଗୁଁ ମହୋତ୍ସବ ପଡିଆ ରେ ଦଶ ଫୁଟ ରୁ ଉର୍ଦ୍ଧ୍ୱ ଉଚ୍ଚ ରେ ବର୍ଷା ପାଣି ଜମି ଲହଡି ମାରିବା ଯୋଗୁଁ ପସରା ମେଲେଇ ବସିଥିବା କିଛି ଗରିବ ବ୍ୟବସାୟୀ ମାନେ ଦୀର୍ଘ ଚବିଶ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ଧରି ଜଳବନ୍ଦୀ ଅବସ୍ଥା ରେ ଭୋକ ଉପାସ ରେ ରହିଛନ୍ତି l ହାବେଳୀ ପଡିଆ ମଧ୍ୟରେ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଖୋର୍ଦ୍ଧା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବାବେଳେ ଚଞ୍ଚକତା କରି ମହୋତ୍ସବ ଆୟୋଜନ କରୁଥିବା ସଂସ୍ଥା ନିକଟରେ ଥିବା ଖୋର୍ଦ୍ଧାର ବହୁ ପୁରାତନ ଜଳାଶୟ ଟିକୁ ମୋରମ ପକାଇ ପୋତି ଗାଡି ପାର୍କିଂ ନା ରେ ଖୋର୍ଦ୍ଧା ରାଜସ୍ବ ନିରୀକ୍ଷକ ଙ୍କ ଠାରୁ ଅନୁମତି ଆଣି, ବ୍ୟବସାୟିକ ମନୋବୃତ୍ତି ରଖି ସେଠାରେ ବଡ଼, ବଡ଼ ଦୋଳି ଭଳି ବିପଦ ଜନକ ଖେଳ ଦେଖାଇଲା ଭଳି ସଂସ୍ଥା କୁ ଅନୁମତି ଦେଇଛନ୍ତି ଏହାକୁ ଅନୁମତି ଦେବାର ରହସ୍ୟ କ’ଣ l ଏ ସମ୍ପର୍କ ରେ ସ୍ଥାନୀୟ ବାସିନ୍ଦା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାର କୌଣସି ସୁଫଳ ଦେଖିବାକୁ ମିଳି ନାହିଁ l ଏପରିକି ଲଘୁଚାପ ଜନିତ ବର୍ଷା ରେ ସମ୍ପୃକ୍ତ ଅଞ୍ଚଳ ଟି ଜଳlର୍ଣ୍ଣବ ହୋଇପଡିଛି l ସେହି ସ୍ଥାନ ରେ ପସରା ମେଲେଇ ବସିଥିବା ଗରିବ ବ୍ୟବସାୟୀ ମାନଙ୍କ ର ବହୁ ଜିନିଷ ପତ୍ର ପାଣି ବୁଡି ନଷ୍ଟ ହୋଇଯିବା ସହିତ, ଭୋକ ଉପାସ ରେ ରହିଛନ୍ତି l କିଛି ବ୍ୟବସାୟୀ ସମ୍ପୃକ୍ତ ସ୍ଥାନ ଛାଡି ଚାଲି ଯିବାକୁ ଚାଁହୁ ଥିବା ବେଳେ ମହୋତ୍ସବ ଆୟୋଜକ କର୍ତ୍ତୃପକ୍ଷ ତାଙ୍କୁ ଗୁଣ୍ଡା ଲଗାଇ ଧମକ ଦେବା ସହିତ, ଜୋର ଜବରଦସ୍ତ ସେମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି l ଖୋର୍ଦ୍ଧା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବା ସହିତ ଯେଉଁ ବ୍ୟବସାୟୀ ମାନେ ନିଜ ଗନ୍ତବ୍ୟସ୍ଥଳ କୁ ଯିବାକୁ ଚାଁହୁଛନ୍ତି ତାଙ୍କୁ ଯିବାକୁ ଦେବା ସହିତ, କ୍ଷତି ହୋଇଥିବା ବ୍ୟବସାୟୀ ଙ୍କୁ ମହୋତ୍ସବ ଆୟୋଜନ କମିଟି ପକ୍ଷରୁ କ୍ଷତି ପୂରଣ ଦେବା, ମହୋତ୍ସବ କୁ ଏତିକି ରେ ବନ୍ଦ କରିବା ଏବଂ ଆଗକୁ ଜନ ବସତି ମଧ୍ୟରେ ମହୋତ୍ସବ ଆୟୋଜନ କରିବାକୁ ଅନୁମତିନ ଦେବାକୁ ସାଧାରଣ ରେ ଦାବୀ ହେଉଛି l