ଦାଉ ସାଧୁଛି ବର୍ଷା : ପଡିଆ ପ୍ରସ୍ତୁତ କରିବାକୁ ପ୍ରଶାସନ ର ଉଦ୍ୟମ
ଗୁଣୁପୁର, -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଉପଖଣ୍ଡ ସ୍ତରୀୟ ଚଇତି ଇଡ଼ିତାଲ ସାଂସ୍କୃତିକ ଲୋକ ମହୋତ୍ସବ ଗତ ୨୦ ତାରିଖରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା । ତେବେ ଲଘୁଚାପ ଜନିତ ତମାମ ବର୍ଷା ଗତକାଲି ଠାରୁ ଲାଗିରହିଥିବା ରୁ ଗତକାଲି ଏହା ଉଦଘାଟନ ହୋଇ ପାରି ନଥିଲା । ତେବେ ଆଜି ଅର୍ଥାତ ୨୧ ଓ ୨୨ ଦୁଇ ଦିନ ହିଁ ଉତ୍ସବ ପାଳନ କରିବା ପାଇଁ ଉପଜିଲ୍ଲାପାଳ ଏକ ଭିଡ଼ିଓ ବାର୍ତ୍ତା ରେ କହିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ଉତ୍ସବ ପାଳନ ପଡିଆ ସାରା କାଦୁଅ ରେ ଭର୍ତ୍ତି ହୋଇଛି । ପ୍ରଶାସନ ପକ୍ଷରୁ ପଡିଆ ରେ ବାଲି,ଧୂଳି ପକେଇ ପ୍ରସ୍ତୁତ କରିବାକୁ ଉଦ୍ୟମ ଜାରି ରହିଛି । ତେବେ ବର୍ଷା ଲାଗି ରହିଲେ ସ୍ଥାନୀୟ ଟାଉନ ହଲ ଠାରେ ଉତ୍ସବ ପାଳନ କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି । ତେବେ ବର୍ଷା ପରେ କିମ୍ବା ଆସନ୍ତା ୨୩ ରୁ ପୁନର୍ବାର ୩ ଦିନ ଧରି ପଡିଆ ରେ ଅତି ଆଡମ୍ବରରେ ଏହି ଉତ୍ସବ ପାଳନ କରିବାକୁ ଜନସାଧାରଣ ଦାବି କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଲୋକଙ୍କ ଭାବାବେଗ ଓ ଉତ୍ସାହ କୁ ଗୁରୁତ୍ୱ ଦେଇ ଉଚିତ ନିଷ୍ପତ୍ତି ନେବା ଆବଶ୍ୟକତା ରହିଛି ।