କଣ ଅସହାୟ ଶାଶୁ ଶଶୁର ଙ୍କ ଶେଷ ଜୀବନ ପର ବାରଣ୍ଡାରେ ବିତିବ…..
ରଘୁନାଥପୁର
ମାଆ ର ଚିନ୍ତା ପୁଅଟିଏ ହୁଅନ୍ତାକି ମୋ ଦୁଃଖ ନିଅନ୍ତା l ବାପାର ଚିନ୍ତା ପୁଅଟିଏ ହୁଅନ୍ତା କି ମୋ କୂଳ ରକ୍ଷା ହୁଅନ୍ତା l ପୁଅଟିଏ ପାଇଁ ବାରଓଷା ତେର ବ୍ରତ କରିଥାନ୍ତି ବାପାମାଆ l କିନ୍ତୁ ପୁଅଟିଏ ଜନ୍ମ ହେଲା ପରେ ଯୋଉ ଆନନ୍ଦ ସଂସାରକୁ ହସଖୁସିରେ ବିଭୋର କରିଦେଇଥାଏ l ତାକୁ ଭାଷାରେ ବର୍ଣ୍ଣନା କରି ହୁଏନା ସିନା କିନ୍ତୁ ବାପାମାଆ ଙ୍କ ଦୁଃଖ ପାଣିହେଇ ବହିଗଲା ପରି ଉପଲବ୍ଧି ହୋଇଥାଏ l ପୁଣି ସେଇ ପୁଅ ହାତକୁ ଦି ହାତ ହେଲା ପରେ ପରିବାର ରେ ଖୁସୀ ଦ୍ବିଗୁଣିତ ହୋଇ ଯାଏ l କିନ୍ତୁ ଦର୍ଶକ ବନ୍ଧୁ, ଆମେ ଆପଣ ମାନଙ୍କୁ ଏପରି ପରିବାର ର ଦୃଶ୍ୟ ଦେଖାଉଛୁ l ଯାହା ଦେଖି ପାଦତଳୁ ମାଟି ଖସି ପଡିବ l ଖୁସିର ସ୍ବପ୍ନ ଦେଖିଥିବା ବାପା ମାଆ ରହୁଛନ୍ତି ପର ଘର ବାରଣ୍ଡାରେ l ଶୀତ କାକର, ଗ୍ରୀଷ୍ମ ବର୍ଷାକୁ ସହିବାକୁ ପଡୁଛି ବୃଦ୍ଧ ବୃଦ୍ଧା ବୟସରେ l ଉଠା ଚୁଲିରେ ନିଜ ହାତରେ ରୋଷେଇ କରି ପେଟ ଦୁଃଖ ଦୂର କରୁଛନ୍ତି ସେଇ ଅସହାୟ ବାପା ମାଆ ଯିଏ ଦିନେ ସ୍ବପ୍ନ ଦେଖିଥିଲେ ପୁଅଟିଏ ଜନ୍ମ ହେଲେ ସୁଖରେ ରହିବେ ବୋଲି…..। ଦର୍ଶକବନ୍ଧୁ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଧିନସ୍ତ କୋଟକଣା ଗ୍ରାମରେ l ଏହି ଗ୍ରାମର ୮୫ ବର୍ଷୀୟ ଶରତ ଚନ୍ଦ୍ର ସ୍ୱାଇଁ ଓ ୮୦ ବର୍ଷୀୟା ସରୋଜିନୀ ସ୍ୱାଇଁ ଙ୍କ ଏକମାତ୍ର ପୁଅ ଗତ ୨୦୨୦ ମସିହାରୁ କମ୍ ବୟସରେ ଅକାଳ ବିୟୋଗ ହେବା ପରେ ପରିବାର ର ସମସ୍ୟା ବଢିବଢି ଚାଲିଲା l ମାତ୍ର ୪ବର୍ଷ ବିତିଛି କି ନାହିଁ ଶାଶୁ ଶଶୁର ଙ୍କ ପ୍ରତି ନିଷ୍ଠୁର ସାଜିଲା ବୋହୁ ରାଧାରାଣୀ ସ୍ୱାଇଁ l ମଧ୍ୟବିତ୍ତ ପରିବାରର ଜୀବନରେ ଘରଟିଏ କରି ନଥିବାରୁ,ମହାବାତ୍ୟା ପରେ ଶଶୁର ଶରତ ସ୍ବାଇଙ୍କ ନାମରେ ମିଳିଥିଲା ଆବାସ ଘର ଯୋଜନାରେ ବଖରାଏ ଘର, ଯୋଉଥିରେ ଶାଶୁ ସରୋଜିନୀ ଶଶୁର ଶରତ ସ୍ୱାଇଁ ଶୁଆବସା କରୁଥିଲେ l ଭଲକରି ଦେଖନ୍ତୁ, ସେଇ ଘରଟିକୁ କବଜା କରିନେଇଛି ବୋହୁ ରାଧାରାଣୀ l ଶାଶୁ ଶଶୁର ଙ୍କୁ ବାହାର କରିଦେଲା ରାସ୍ତା କଡ଼କୁ l ଯଦିଓ ଚାଳ ଘର ଦୁଇ ବଖରା ଅଛି ତାହା ବି ବୋହୁ କବଜାରେ l ଗୋଟିଏ ବଖରା ରେ ଗାଈଟିଏ ଥିବା ବେଳେ ଆର ବଖରାରେ ଜାଳେଣି କାଠ, ଘଷି,ଅଳିଆ ଆବର୍ଜନା ଭର୍ତ୍ତି l ଆବାସ ଘରେ ଖଟ ଟିଏ ପଡ଼ିଥିବା ବେଳେ, ବାହାରେ ପାଣି ଖାଉଛି ଅନ୍ୟ ଗୋଟିଏ ଖଟ l ନିଜେ ବୋହୁ ଖଟପଲଙ୍କ ରେ ଶୋଉଥିବା ବେଳେ, ଶାଶୁ ଶଶୁର ରାତି ବିତାଉଛନ୍ତି ଗ୍ରାମର ପଡିଶା ଘର ନୀର ପୃଷ୍ଟିଙ୍କ ବାରଣ୍ଡାରେ l ଏପରି ଦୁଃଖପୂର୍ଣ୍ଣ ଖବର ପାଇ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ର ଅଧ୍ୟକ୍ଷା, ଉପସଭାପତି ଓ କାର୍ଯ୍ୟକର୍ତ୍ତା ରଘୁନାଥପୁର ଥାନାର ପରାମର୍ଶରେ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇ ଫେରି ଆସିଥିଲେ l ପ୍ରକାଶ ଥାଉ କି ବୁଦ୍ଧା ବୃଦ୍ଧ ପିତାମାତା ବା ବରିଷ୍ଠ ନାଗରିକ ମାନଙ୍କୁ ସରକାରୀ ସ୍ତରରେ ନ୍ୟାୟିକ ବ୍ୟବସ୍ଥା ଚେତାବନୀ ଦେଉଥିବା ବେଳେ,ଏଠାରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା ହେଉଛି କିପରି ?? ମାନ୍ୟବର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ଜୋର ଧରିଥିବାର ଶୁଣିବାକୁ ମିଳିଛି l ବୋହୂର ନିର୍ଯ୍ୟାତନା ରେ କଣ ଅସହାୟ ଶାଶୁଶଶୁର ଙ୍କ ଶେଷ ଜୀଵନ ପର ବାରଣ୍ଡାରେ ବିତିବ ? ସରକାରଙ୍କ ବରିଷ୍ଠ ନାଗରିକ ନୀତିରେ କଣ ନ୍ୟାୟିକ ବ୍ୟବସ୍ଥା ନିଷ୍କ୍ରିୟ ହୋଇଯିବ ? ଦେଖିବାକୁ ରହିଲା ନ୍ୟୁଜର ପ୍ରଭାବ ରେ ବରିଷ୍ଠ ନାଗରିକ ଭାବେ ଶରତ ସରୋଜିନୀ ନ୍ୟାୟ ପାଉଛନ୍ତି ନା ସେମାନଙ୍କ ପାଇଁ ବଦଳି ଯାଉଛି ବରିଷ୍ଠ ନାଗରିକ ଆଇନ ???
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର ।