September 21, 2024

କୁଜେନ୍ଦ୍ରୀରେ ଧାନମଣ୍ଡି ଉଦଘାଟିତ

Share

 


ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ଠାରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ,ଏଆରସିଏସ ନିରୀକ୍ଷକ ଲକ୍ଷ୍ମୀନାରାୟଣ ପ୍ରଧାନ, ଅତିରିକ୍ତ ତହସିଲଦାର ରାମନାଗୁଡା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ଚାଷୀମାନେ ପ୍ରମୁଖ ଯୋଗ ଦେଇ ମଣ୍ଡି ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଧାନର ଉଚିତ ମୂଲ୍ୟ ପାଇବା ପାଇଁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା।ସେହିପରି ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରକାଶ ପାଇଥିଲା।ଚଳିତ ବର୍ଷ ପ୍ରଥମ କରି ଖରିଫରତୁ ନିମନ୍ତେ କୁଜେନ୍ଦ୍ରୀରେ ଧାନମଣ୍ଡି ଉଦଘାଟିତ ହୋଇଥିବାବେଳେ ଧାନର ସର୍ବାଧିକ ମୂଲ୍ୟ ୨୨୦୩ଟଙ୍କା ହୋଇଥିବା ବେଳେ ସାଧାରଣ ଧାନର ମୂଲ୍ୟ ୨୧୮୩ଟଙ୍କା ରହିଛି।ତେବେ ପ୍ରତ୍ୟେକ ସୋମବାର ଉକୁମ୍ବା ପଞ୍ଚାୟତ, ମଙ୍ଗଳବାର ଗୁମୁଡା, ବୁଧବାର କୁଜେନ୍ଦ୍ରୀ, ଶୁକ୍ରବାର ଦିନ ଚାକୁଣ୍ଡା ଠାରେ ନିୟନ୍ତ୍ରିତ ବଜାର କମିଟି ଠାରେ ଧାନକ୍ରୟ କରାଯିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀରଥ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମିଲ ମାଲିକଙ୍କ ସମେତ ବହୁ ଅଗ୍ରଣୀ ଚାଷୀ ଉପସ୍ଥିତ ଥିଲେ।ସେହିପରି ରାମନାଗୁଡା ଲ୍ୟାମ୍ପସ କର୍ମଚାରୀ ସୁରେଶ ନିମାଲା, ରମେଶ ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।।

(ରିପୋର୍ଟ ସଞ୍ଜିବ କୁମାର ଦାଶ)