ଡକ୍ଟର ହରେକୃଷ୍ଣ ମହତାବ ଙ୍କ ୧୨୬ ତମ ଜୟନ୍ତୀ ପାଳନ
ଆଧୁନିକ ଓଡିଶା ର ନିର୍ମାତା, ମହାନ ଜନନାୟକ, ସାରସ୍ୱତସାଧକ, ବିଚକ୍ଷଣ ରାଜନୈତିକ ଓ ୧୯୪୮ମସିହାରେ ଓଡିଶାର ପ୍ରଧାନମନ୍ତ୍ରୀ ଥିଲାବେଳେ, ଝଙ୍କଡ଼ ସାରଳା ମନ୍ଦିର ସମ୍ମୁଖରେ ଓଡ଼ିଆ ଭାଷା ସାହିତ୍ୟ ର ପ୍ରାଣପ୍ରତିଷ୍ଠାତା ଶୁଦ୍ରମୁନି ଆଦିକବି ସାରଳା ଦାସ ଙ୍କ ସ୍ମୃତିସ୍ତମ୍ଭ ପ୍ରତିଷ୍ଠାତା ଉତ୍କଳକେଶରୀ ଡ଼ଃ ହରେକୃଷ୍ଣ ମହତାବ ଙ୍କ ୧୨୬ ତମ ଜୟନ୍ତୀ, ମୁଲିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ପାଳିତ ହୋଇଯାଇଛି l ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ସଭା, ପରିଷଦର ସଭାପତି ସ୍ତମ୍ଭକାର ତଥା ପ୍ରାକ୍ତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଓ ସମ୍ମାନିତ ଅତିଥିଭାବେ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟତ୍ରୀ ସୁଦେଷ୍ଣା ଦାସ, ମୋନାଲିସା ଭଟ୍ଟ, ପ୍ରିୟଙ୍କା ମଣ୍ଡଳ ଓ ଶିକ୍ଷକ ଅଶୋକ କୁମାର ବେହେରା ପ୍ରମୁଖ ଯୋଗଦେଇ ଡ଼ଃ ମହତାବ ଜୀ ଙ୍କ ଆଧୁନିକ ଓଡିଶା ଗଠନ କ୍ଷେତ୍ରରେ ଅବଦାନ ବିଷୟରେ ସତ୍ୟ ଓ ତଥ୍ୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ, ଶେଷରେ ଶିକ୍ଷୟତ୍ରୀ ମିନତୀ ଦାସ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
