March 12, 2026

ଘେଁସ ଗାଁରେ ସହୀଦ ବୀର ମାଧୋ ସିଂଙ୍କ ଫାଶୀ ଦିବସ ପାଳନ ପାଇଁ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ 

IMG-20251121-WA0060
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଭେଡେନ ବ୍ଲକ ଲୁହାଖଣ୍ଡି ଗ୍ରାମ ପଞ୍ଚାୟତ ବରପଦର ଗ୍ରାମର ବାବା କପିଳେଶ୍ୱର ମନ୍ଦିର ଠାରେ ଭେଡେନ ବ୍ଲକ ସଭାନେତ୍ରୀ ଶ୍ରୀମତି ପ୍ରେମସିଲା ବରିହାଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ଏକ ସଭା ଅନୁଷ୍ଠିତ ହୋଇଥିଲା , ଘେଁସ ଗ୍ରାମର ସହୀଦ ବୀର ମାଧୋ ସିଂ ଏବଂ ତାଙ୍କରି ଚାରି ପୁତ୍ର ହଟ୍ଟେ ସିଂ, କୁଞ୍ଜଲ ସିଂ , ଅଏରୀ ସିଂ , ବୈରୀ ସିଂ ଇଂରେଜ ମାନଙ୍କ ସହିତ ଲଢ଼େଇରେ ସହୀଦ ହୋଇ ଥିବାରୁ , ପ୍ରତେକ ବର୍ଷ ଫାଶୀ ଦିବସ ସ୍ମୃତି ଉଦ୍ଦେଶ୍ୟରେ ବୀରତା ଦିବସ ଭାବେ ପାଳନ ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ କରି ଆସୁଅଛି ଚଳିତ ବର୍ଷର ଆସନ୍ତା ଡିସେମ୍ବର ୩୧ ତାରିଖ ଘେଁସ ଗ୍ରାମରେ ୧୬୮ ତମ ବୀରତା ଦିବସ ପାଳନ କରାଯିବ ଭେଡେନ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ ଆଦିବାସୀ ମହିଳା ଓ ପୁରୁଷ ମାନେ ବହୁତ ସଂଖ୍ୟାରେ ଘେଁସ ଗ୍ରାମରେ ଯୋଗଦାନ କରିବାକୁ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସଂଘର ପ୍ରତିଷ୍ଠାତା ଶ୍ରୀମାନ ଗୋବର୍ଦ୍ଧନ ଭୋଏ ଯୋଗଦାନ କରିଥିଲେ ଅନ୍ୟତମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ବରିହା , ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିଲୋଚନ ଭୁଏ ଯୋଗଦାନ କରିଥିଲେ , ଭେଡେନ ବ୍ଲକର ସଦାନନ୍ଦ ବରିହା , ପାଣ୍ଡବ ଭୋଇ , ନାରୀନେତ୍ରୀ ନିରି ଭୁଏ , ଗୁଲାପି ଭୁଏ , ଗହଲ ଭୁଏ , ରୀନା ବରିହା ଏବଂ ଭେଡେନ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ ଆଦିବାସୀ ମହିଳା ଓ ପୁରୁଷ ମାନେ ଯୋଗଦାନ କରିଥିଲେ ସଭା ଶେଷରେ ସଦାନନ୍ଦ ବରିହା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସ୍ବାଙ୍ଗ କରିଥିଲେ